କନକ ବ୍ୟୁରୋ: ପପୁଲାର ମେସେଜିଂ ଆପ୍ ହ୍ୱାଟ୍ସଆପ ଆପଣ ନିଶ୍ଚୟ ବ୍ୟବହାର କରୁଥିବେ । ହେଲେ ଭାରତରେ ଏବେ କିଛି ଫୋନରେ ଏହି ଆପ୍ କାମ କରିବା ବନ୍ଦ କରିବାକୁ ଯାଉଛି । ଯାହା ଅନେକ ୟୁଜର୍ସଙ୍କୁ ଚିନ୍ତାରେ ପକାଇଛି ।

Advertisment

କିଛି ସମୟ ଭିତରେ ଭିତରେ ହ୍ୱାଟ୍ସଆପ୍ କିଛି ପୁରୁଣା ଫୋନରେ କାମ କରିବା ବନ୍ଦ କରିଥାଏ । ଏହି କ୍ରମରେ ଏବେ ଆଇଓଏସ ୧୦ ଓ ଆଇଓଏସ୍ ୧୧ ଭର୍ଜନ ଫୋନରେ ହ୍ୱାଟ୍ସଆପ୍ ୨୪ ଅକ୍ଟୋବରରୁ କାମ କରିବ ନାହିଁ । ଅର୍ଥାତ ଆଇଓଏସ ୧୨ ଭର୍ଜନରୁ ଉପର ଭର୍ଜନ ଫୋନରେ କେବଳ ହ୍ୱାଟ୍ସଆପ୍ କାମ କରିବ ।

ମିଳିଥିବା ସୂଚନା ମୁତାବକ ଆଇଫୋନ୍ ୫ ଓ ଆଇଫୋନ୍ ୫ସିକୁ ଲାଟେଷ୍ଟ ସଫ୍ଟୱେୟାର ଭର୍ଜନରେ ଅପଡେଟ୍ କରାଯାଇପାରିବ ନାହିଁ । ଏହି କାରଣରୁ ଏହି ଦୁଇଟି ଭର୍ଜନ ଫୋନରେ ଏଣିକି ହ୍ୱାଟଆପ୍ କାମ କରିବା ବନ୍ଦ କରିଦେବ । ଏହାକୁ ନେଇ ହ୍ୱାଟ୍ସଆପ୍ ଲାଟେଷ୍ଟ ଫିଚର ଉପରେ ନଜର ରଖୁଥିବା ସାଇଟ୍ ସୂଚନା ଦେଇଛି ।

ଯଦି ଆପଣଙ୍କ ଫୋନ୍ ପୁରୁଣା ଅପରେଟିଂ ସିଷ୍ଟମରେ କାମ କରୁଛି ତେବେ ତୁରନ୍ତ ଏହାକୁ ଅପଡେଟ୍ କରାଇ ନିଅନ୍ତୁ । ନଚେତ୍ ଆପଣଙ୍କ ଫୋନରେ ମଧ୍ୟ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେଇପାରେ । ଏଥିପାଇଁ ଆପଣଙ୍କ ଫୋନ ସେଟିଂକୁ ଯାଇ ଆବଶ୍ୟକୀୟ ଅପଡେଟ୍ କରିବାକୁ ପଡିବ । ତେବେ ସୂଚନାଯୋଗ୍ୟ ଯେ, ଭାରତରେ ପାଖାପାଖି ୭୨ ପ୍ରତିଶତ ଲୋକ ଆଇଫୋନର ଲାଟେଷ୍ଟ ଭର୍ଜନ ବ୍ୟବହାର କରୁଛନ୍ତି । ତେଣୁ ଏହାଦ୍ୱାରା କିଛି କମ୍ ଲୋକ ପ୍ରଭାବିତ ହୋଇପାରନ୍ତି ।