ସରକାରଙ୍କୁ କୋର୍ଟକୁ ଟାଣିଲା ହ୍ୱାଟ୍ସଆପ : ନୂଆ ସୂଚନା ପଯୁକ୍ତି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା; ଆଜି ଠାରୁ ଲାଗୁ ହେବାକୁ ଥିବା ନିୟମରେ ରୋକ ଲଗାଇବାକୁ ଆବେଦନ

Advertisment
ସରକାରଙ୍କୁ କୋର୍ଟକୁ ଟାଣିଲା ହ୍ୱାଟ୍ସଆପ : ନୂଆ ସୂଚନା ପଯୁକ୍ତି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା; ଆଜି ଠାରୁ ଲାଗୁ ହେବାକୁ ଥିବା ନିୟମରେ ରୋକ ଲଗାଇବାକୁ ଆବେଦନ

କନକ ବ୍ୟୁରୋ : କେନ୍ଦ୍ର ସରକାର ଆଣିଥିବା ନୂଆ ସୂଚନା ପ୍ରଯୁକ୍ତି ନିୟମ ବିରୋଧରେ ପ୍ରଥମ ବଡ଼ କଂପାନି ଭାବେ ହ୍ବାଟସ୍‌ଆପ୍ ପଦକ୍ଷେପ ଗ୍ରହଣ କରିଛି। କଂପାନି ତରଫରୁ ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଆଜିଠାରୁ ଏହି ନିୟମ ଲାଗୁ ହେବ ବୋଲି ସରକାର ଘୋଷଣା କରିିଥିଲେ। ସେଥିରେ ରୋକ ଲଗାଇବା ଲାଗି କଂପାନି କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ଭାରତ ସରକାରଙ୍କ ନୂଆ ନିୟମ ଗୋପନୀୟତାକୁ ସମ୍ପୂର୍ଣ୍ଣ ଶେଷ କରିବ ବୋଲି କଂପାନି ଅଭିଯୋଗ କରିଛି ।

ହ୍ବାଟସ୍‌ଆପ୍ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏ ସମ୍ପର୍କରେ କଂପାନିର ପ୍ରବକ୍ତା କହିଛନ୍ତି ଯେ ନୂଆ ସୂଚନା ପ୍ରଯୁକ୍ତି ନିୟମରେ ‌ବ୍ୟବହାରକାରୀମାନେ କରୁଥିବା ଚାଟ୍‌ର ଉତ୍ସ ଜଣାଇବାକୁ କୁହାଯାଇଛି । ଏହାର ଅର୍ଥ ଏହା ହେଉଛି ଯେ ହ୍ବାଟସ୍‌ଆପ୍‌ରେ ପଠାଯାଉଥିବା ପ୍ରତିଟି ବାର୍ତା ଉପରେ ଆମେ ନଜର ରଖିବୁ। ଯଦି ତାହା ହେବ ତେବେ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌ ସମ୍ପୂର୍ଣ୍ଣ ‌ବନ୍ଦ ହୋଇଯିବ । ଗୋପନୀୟତାକୁ ନେଇ ଲୋକମାନଙ୍କର ଯେଉଁ ମୌଳିକ ଅଧିକାର ରହିଛି ତାହାର ଉଲ୍ଲଘଂନ ହେବ ବୋଲି କଂପାନି କହିଛି ।

ଚଳିତ ବର୍ଷ ଫେବ୍ରୁଆରିରେ ସରକାର ଏକ ନୂଆ ସୂଚନା ପ୍ରଯୁକ୍ତି ନିୟମ ଘୋଷଣା କରିଥିଲେ। ତାହାକୁ ଲାଗୁ କରିବା ଲାଗି କଂପାନିଗୁଡ଼ିକୁ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଗତକାଲି ସେହି ସମୟ ଶେଷ ହୋଇଥିବା ବେଳେ ଆଜିଠାରୁ ନିୟମ ଲାଗୁ ହୋଇଛି। ଗତକାଲି ହ୍ବାଟସ୍‌ଆପ୍‌ର ମାଲିକ ସଂସ୍ଥା ଫେସବୁକ୍ ତରଫରୁ କୁହାଯାଇଥିଲା ଯେ ସରକାର ଯେଉଁ ନିୟମ ଆଣିଛନ୍ତି ତାହାକୁ ଲାଗୁ କରିବା ଲାଗି କଂପାନି ଲକ୍ଷ୍ୟ ରଖିଛି । କିନ୍ତୁ କେତେକ ବିଷୟରେ ସରକାରଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି । ସୋସିଆଲ ମିଡିଆରେ ହେଉଥିବା ଅଭଦ୍ର ଆଚରଣ ଉପରେ ଅଙ୍କୁଶ ଲଗାଇବା ଲାଗି କଂପାନିଗୁଡ଼ିକର ନିଜସ୍ବ ନିୟମ ନାହିଁ ।

ସେଭଳି ସମୟରେ ଲୋକମାନଙ୍କୁ ଟ୍ରୋଲ୍‌ ବା ବେଆଇନ ଆଚରଣରୁ ସୁରକ୍ଷା ଦେବା ଲାଗି ସରକାର ଏହି ନିୟମ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଲୋକମାନେ ଯେଉଁ ପୋଷ୍ଟ୍‌ କରୁଛନ୍ତି ତାହାର ଉତ୍ସ ଜଣାଇବା ଲାଗି ଏଥିରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ବିରୋଧ କରାଯାଉଛି। ନୂଆ ସୂଚନା ପ୍ରଯୁକ୍ତି ନିୟମ ଲାଗୁ ହୋଇଥିବାରୁ ଫେସବୁକ୍, ଟ୍ବିଟର୍‌, ହ୍ବାଟସ୍‌ଆପ୍, ଇନଷ୍ଟାଗ୍ରାମ୍, ଗୁଗୁଲ୍‌ ଭଳି ସଂସ୍ଥା ଏକ ସହଯୋଗୀ କଂପାନିର ଆଇନଗତ ବୈଧତା ହରାଇଛନ୍ତି । ଭାରତରେ କାରବାର କରିବାକୁ ହେଲେ ସେମାନଙ୍କୁ ଭାରତୀୟ ନିୟମକୁ ମାନିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ସେବା ଏଠାରେ ନିଷିଦ୍ଧ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe