ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ! କିଛି ମଡେଲର ମୋବାଇଲ ଫୋନରେ କାମ କରିବ ନାହିଁ ହ୍ୱାଟସଆପ, ଜାଣନ୍ତୁ କେବେଠାରୁ

29

ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଏବେ କିଛି ମଡ଼େଲର ମୋବାଇଲ ଫୋନରେ ହ୍ଵାଟ୍ସଆପ କାମ କରିବା ବନ୍ଦ କରିଦେବ ବୋଲି ସୂଚନା ମିଳିଛି । ସେଥିରେ ରହିଛି ଆପଲର ଆଇଓଏସ୍ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନ । ଆଇଓଏସ୍ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନରେ ଫେବୃଆରି ୧, ୨୦୨୦ ଠାରୁ ହ୍ଵାଟସଆପ୍ କାମ କରିବା ବନ୍ଦ କରିଦେବ ବୋଲି ଜଣା ପଡ଼ିଛି । ଆପଲର ଏହି ଭର୍ସନ ବ୍ୟବହାର କରୁଥିବା ଲୋକମାନେ ହ୍ଵାଟସଆପର ନୂଆ ଭର୍ସନକୁ ଇନଷ୍ଟଲ କରି ପାରିବେ ନାହିଁ ।

ଆଇଓଏସ୍ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନରେ ଯଦି ହ୍ଵାଟସଆପ୍ ପୂର୍ବରୁ ଇନଷ୍ଟଲଡ଼୍ ଥିବ ତେବେ ତାହା କାମ କରିବ । କିନ୍ତୁ ଯଦି ବ୍ୟବହାରକାରୀ ଏହାକୁ ହଟାଇ ଆଉ ଥରେ ଇନ୍ଷ୍ଟଲ କରିବେ ତେବେ ତାହା କାମ କରିବ ନାହିଁ ବୋଲି ହ୍ଵାଟସଆପ୍ ସ୍ପଷ୍ଟ କରିଛି । ହ୍ଵାଟସଆପର ନୂଆ ଭର୍ସନ କେବଳ ଆପଲ ୮ ଏବଂ ଏହାର ଆଗକୁ ଆସିବାକୁ ଥିବା ଭର୍ସନରେ କାମ କରିବ । ଏହି ଖବରରୁ ସ୍ପଷ୍ଟ ହେଉଛି ଯେ ଯଦି ହ୍ଵାଟସଆପର ଆଗକୁ କିଛି ନୂଆ ଅପଡ଼େଟ୍ ଆସେ ତେବେ ଆଇଓଏସ୍ ୭.୧.୨ ଏବଂ ତା’ଠାରୁ ପୁରୁଣା ଭର୍ସନର ବ୍ୟବହାରକାରୀମାନେ ଏହାକୁ ନିଜ ଫୋନରେ ବ୍ୟବହାର କରି ପାରିବେ ନାହିଁ ।