ହ୍ୱାଟସଆପ୍ ସ୍ପାଇୱେ ଟାର୍ଗେଟରେ ଭାରତୀୟ ସାମ୍ବାଦିକ । ସରକାର ମାଗିଲେ ଜବାବ, ଇସ୍ରାଏଲ୍ ପ୍ରଯୁକ୍ତି କମ୍ପାନୀ ବିରୋଧରେ ମାମଲା ରୁଜୁ

300

କନକ ବ୍ୟୁରୋ : ଆପଣ ମୋବାଇଲ୍ ରେ ହ୍ୱାଟସ୍ଆପ୍ ବ୍ୟବହାର କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଜରୁରୀ । ମୋବାଇଲ୍ ଆପ୍ ହ୍ୱାଟସ୍ ଆପ୍ ଉପରେ ରହିଛି ସ୍ପାଏର ନଜର । ଇସ୍ରାଏଲର ଏକ ପ୍ରଯୁକ୍ତି କମ୍ପାନୀ ଏନଏସଓ ଗ୍ରୁପ୍ ସ୍ପାଇୱେର ପିଗାସସ୍ ବ୍ୟବହାର କରି ଭାରତୀୟ ସାମ୍ବାଦିକ ଓ ମାନବିକଅଧିକାର କର୍ମୀଙ୍କୁ ଟାର୍ଗେଟ୍ କରିଛି । ଏହି ସ୍ପାଇୱେର ମାଧ୍ୟମରେ ହ୍ୱାଟସଆପ୍ ଆକାଉଂଟ ହ୍ୟାକ୍ କରି ତଥ୍ୟ ଚୋରି କରାଯାଇଥିବା ଜଣାପଡିଛି । ଟେକ୍ ଫାର୍ମ ଏନଏସଓ ଗ୍ରୁପ୍ ବିଶ୍ୱର ମୋଟ୍ ୧୪ ଶହ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ଫୋନ୍ ହ୍ୟାକ୍ କରି ସେମାନଙ୍କ ତଥ୍ୟ ଚୋରି କରିଥିବା ହ୍ୱାଟସଆପ୍ କମ୍ପାନୀ ସ୍ୱୀକାର କରିବା ପରେ ସଂପୃକ୍ତ କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କରିଛି । ଭାରତ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ ହ୍ୱାଟସଆପ୍କୁ ମଧ୍ୟ ଜବାବ ମଗାଯାଇଛି ।

ସୋମବାର ସୁଦ୍ଧା ଏନେଇ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି କେନ୍ଦ୍ର ସରକାର । ଏହି ମାମଲାରେ ସରକାର ବ୍ୟକ୍ତିଗତ ଗୋପନୀୟତାକୁ ସଂକଟରେ ପକାଉଥିବା କେତେକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକରା । ଏହା କେନ୍ଦ୍ର ବିରୋଧରେ ଏକ ଷଡଯନ୍ତ୍ର ବୋଲି ମନ୍ତ୍ରୀ କହିଛନ୍ତି । ତେବେ ହ୍ୱାଟସଆପରେ ଗୁଇନ୍ଦାଗିରି ଘଟଣା ସାମ୍ନାକୁ ଆସିବା ପରେ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଛନକା ପଶିଛି । କୌଣସି ବ୍ୟକ୍ତି ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାର କରୁଥିଲେ ଏଥିରେ ଥିବା ହ୍ୱାଟସଆପ୍ କେତେ ସୁରକ୍ଷିତ  ଏବେ ଏପରି ଖବର ଆସିବା ପରେ ସୃଷ୍ଟି ହୋଇଛି ପ୍ରଶ୍ନ ବାଚୀ । ଏପରି ଘଟଣାକୁ କଡା ନିନ୍ଦା କରିଛନ୍ତି ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ହ୍ୱାଟସଆପରେ ଗୁଇନ୍ଦାଗିରି ଘଟଣା ଯାହା , ଡାସଲ୍ଟ ସହ ରାଫେଲ ଚୁକ୍ତି ସେୟା ।