କନକ ବ୍ୟୁରୋ : ସ୍ୱାଭାବିକ ହେଲା ହ୍ୱାଟ୍ସଆପ ସେବା । ସାରା ବିଶ୍ୱରେ ଠପ ହୋଇଥିଲା ହ୍ୱାଟସଅପ ସର୍ଭର । ସର୍ଭର ଜାମ ହେତୁ ହ୍ୱାଟ୍ସଆପ ବ୍ୟବହାରକାରୀମାନେ ପ୍ରଭାବିତ ହୋଇଥିଲେ । ଗତ ଦେଢ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଟେକ୍ସଟ, ଭଏସ୍, ଭିଡ଼ିଓ ମେସେଜ ହୋଇପାରୁନଥିଲା । ଅନ୍ୟପଟେ ଏହି ସମସ୍ୟା ଦୂର ହୋଇଛି ।
ଆଜି ପାଖାପାଖି ଦ୍ୱିପ୍ରହର ୧୨ଟାରୁ ଡ଼ାଉନ ଥିଲା ହ୍ୱାଟସଅପ ସର୍ଭର । ଭାରତ ସମେତ ବିଶ୍ୱର ଅନେକ ଦେଶରେ ସର୍ଭର ଡ଼ାଉନ ଥିବା ସୂଚନା ରହିଥିଲା । ମେଟା ତରଫରୁ ବହୁତ ଜଲଦି ଏହି ଅସୁବିଧାର ବ୍ୟବସ୍ଥା କରାଯିବା ପରେ ଏବେ ସ୍ୱାଭାବିକ୍ ହୋଇଛି ହ୍ୱାଟ୍ସଆପ ସେବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/60-2.jpg)