ଡିଜିଟାଲ ପେମେଣ୍ଟକୁ ନେଇ ଭାରତରେ ପ୍ରତିଯୋଗିତା ବଢି ବଢି ଚାଲିଛି । ତେବେ ଏହାରି ମଧ୍ୟରେ ଖବର ମିଳିଛି ଯେ, WhatsApp ଆସନ୍ତା ସପ୍ତାହ ମଧ୍ୟରେ ଭାରତରେ ପେମେଣ୍ଟ ସେବା ଲଞ୍ଚ କରିପାରେ । କିନ୍ତୁ ଏହି ମାମଲାରେ ଥିବା କେତେ ଜଣ ଲୋକ କହିଛନ୍ତି ଯେ, ଏହାର ପାର୍ଟନର୍ସ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ନାହାନ୍ତି ।
ଏହି ମେସେଜିଙ୍ଗ ଆପର ପାର୍ଟନର୍ସ ଲିଷ୍ଟରେ HDFC ବ୍ୟାଙ୍କ, ICICI ବ୍ୟାଙ୍କ ଏବଂ AXIS ବ୍ୟାଙ୍କର ନାମ ସାମିଲ ରହିଛି । ଏହା ସହ ସମସ୍ତ ଆବଶ୍ୟକତା ପ୍ରସ୍ତୁତି ପରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଯିବ । ସମସ୍ତ ଟ୍ରାନ୍ସଫର ଏହି ପାର୍ଟନର୍ସ ମାନଙ୍କ ଜରିଆରେ କରାଯିବ ।
ଗଣମାଧ୍ୟମ ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖିବାର ସର୍ତ୍ତରେ କହିଛନ୍ତି ଯେ, ମାର୍କେଟରେ ବଢୁଥିବା ପ୍ରତିଯୋଗିତାକୁ ଆଖି ଆଗରେ ରଖି ଫେସବୁକ ନିଜର ୪ଟି ପାର୍ଟନର୍ସ ମାନଙ୍କ ମଧ୍ୟରୁ ୩ଜଣଙ୍କ ସହ ବଜାରରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତି ନେଇଛି । ଭାରତରେ WhatsApp ପେମେଣ୍ଟର ଏଣ୍ଟ୍ରି WeChat ସହ ଯୋଡାଯାଇଛି । ଯେଉଁଥିରେ ଚୀନକୁ ମେସେଜିଙ୍ଗରେ ପଛରେ ପକାଇ ପେମେଣ୍ଟସ୍ ସେବାକୁ ଏକ ନୂଆ ରୂପ ମିଳିଛି । WhatsApp ମେସେଜିଙ୍ଗର ବ୍ୟବହାର ଭାରତରେ ୨୦ କୋଟିରୁ ଅଧିକ ଲୋକ କରିଥାନ୍ତି । ଏହି ଅଙ୍କ ଆମେରିକାର ୬୦ ପ୍ରତିଶତ ନିବାସୀଙ୍କ ସହ ସମାନ ଅଟେ ଏବଂ ପେଟିଏମ୍ ଆକ୍ଟିଭ ବ୍ୟବହାରକାରୀଙ୍କ ୨୦ ଗୁଣା ଅଧିକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/whatsapp-starts-implementing-upi-based-payments-platform_2877465_835x547-m.jpg)
/kanak/media/post_attachments/wp-content/uploads/2018/05/WhatsApp-UPI-Credit-Tech-Worm-New-300x147.jpg)