ଘରୋଇ ହିଂସା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଜାରି କଲା ହ୍ୱାଟସଆପ୍ ନମ୍ବର, ତାଲାବନ୍ଦ ସମୟରେ ଘରୋଇ ହିଂସା ରୋକିବାକୁ ଉଦ୍ୟମ ।

498

କନକ ବ୍ୟୁରୋ: ଘରୋଇ ହିଂସା ରୋକିବା ପାଇଁ ପାଇଁ ସରକାରଙ୍କ ଗୁରୁତ୍ୱ । ଲକ୍ ଡାଉନ୍ ସମୟରେ ଘରୋଇ ହିଂସା ବଢିବା ଆଶଙ୍କା କରି ଏନେଇ ପଦକ୍ଷେପ ନେଇଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଏନେଇ ଆଜି ଏକ ହ୍ୱାଟ୍ସଆପ ନମ୍ବର ଜାରି କରିଛି ବିଭାଗ । ଏହି ନମ୍ବରଟି ହେଉଛି – ୭୨୦୫୦୦୬୦୩୯ । ଘରୋଇ ହିଂସାର ଶୀକାର ହେଉଥିଲେ ଜଣେ ଏହି ନମ୍ବରରେ ମେସେଜ କରି ନିଜର ଅଭିଯୋଗ କରି ପାରିବ । ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏକ ଟୋଲ୍ ଫ୍ରି ନମ୍ବର-୧୮୧ ରହିଛି ।

ଅନ୍ୟଟେ ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ୍ ପୋଲିସର ମଧ୍ୟ ଗତାକାଲି ଏକ ଅଭିଯାନ ଆରମ୍ଭ କରିଛି । ନିର୍ଯ୍ୟାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୋଲିସ୍ । ପ୍ରଥମେ କାଉନସେଲିଂ କରାଯିବ । ସମାଧାନ ନହେଲେ ମାମଲା ରୁଜୁ କରିବ ପୋଲିସ୍ ।

ଲକ୍ ଡାଉନ୍ ଯୋଗୁଁ ମହିଳାମାନେ ନିଜ ଘରେ ଅସୁରକ୍ଷିତ ରହୁଥିବାର ସୂଚନା ମିଳିଛି । କରୋନା ଭାଇରସକୁ ହରାଇବା ପାଇଁ ଲକ୍ ଡାଉନ୍ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ଦ୍ରୁତଗତିରେ ବଢିଚାଲିଛି । ତେଣୁ ଏନେଇ ଚିନ୍ତା କମିଶନରେଟ୍ ପୋଲିସ୍ ଚିନ୍ତା ପ୍ରକଟ କରି ମହିଳାଙ୍କ ସୁରକ୍ଷା ପାଇଁ ସବୁ ଥାନାରେ ସ୍ୱତନ୍ତ୍ର ନମ୍ବର ଜାରି କରିବାକୁ ପ୍ରସ୍ତୁତି କରୁଥିବା କହିଥିଲେ ଭୁବନେଶ୍ୱର ଡିସିପି ।