ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ ଘଟଣାରେ ନାଇଜେରିଆ ଲିଙ୍କ୍ : ଦିଲ୍ଲୀ,ବାଙ୍ଗାଲୁରୁରୁ ଅପରେଟ କରୁଥିଲେ ଠକ

103

କନକ ବ୍ୟୁରୋ : ଓକାକ ସିଇଓ ହ୍ୱାଟ୍ସ ଆପ୍ ଠକେଇ ଘଟଣାରେ ନାଇଜେରିଆ ଲିଙ୍କ ଥିବା ସ୍ପଷ୍ଟ ହୋଇଛି । ଦିଲ୍ଲୀ ଓ ବାଙ୍ଗାଲୁରରୁ ଏହି ଠକମାନେ ଅପରେଟ୍ କରୁଥିବା ଜଣାପଡ଼ିଛି । ଲିଙ୍କ ପଠାଇ ହ୍ୱାଟ୍ସଅପ୍ ଆକାଉଂଟକୁ କଟ୍ରୋଲ କରୁଥିଲେ । ତେବେ ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ଏଭଳି କ୍ରାଇମ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ତାର ନାଁ ଚିମେଲନ ଏମାଲୁଏନ ଆନୁଏତାଲୁ । ଓକାକ କେଶରେ ତା’ର ମୁଖ୍ୟ ସହଯୋଗୀ ସାମିଲ ଅଛି । ସେ ଦିଲ୍ଲୀ ପୋଲିସ ଦ୍ୱାରା ମୋଷ୍ଟୱାଂଟେଡ଼ ଅଛି । ଓଡ଼ିଶା କ୍ରାଇମବ୍ରାଂଚ, ଦିଲ୍ଲୀ ପୋଲିସ ଓ ବ୍ୟାଙ୍ଗଲୁର ପୋଲିସ ସହ ଯୋଗାଯୋଗରେ ଅଛନ୍ତି । ଏନେଇ ସୁଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡ଼ିଜି ।

ସେପଟେ, ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ବାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ପ୍ରଥମେ ନିଜ ହ୍ବାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିବା ପର ସେଟିଂ ଅପସନ କ୍ଲିକ୍ କରନ୍ତୁ । ପରେ ଆକାଉଣ୍ଟ ଅପ୍‌ସନ୍‌ କ୍ଲିକ୍‌ କରି ଟୁ ଷ୍ଟେପ୍ ଭେରିଫିକେସନ୍ ଅପସନ କ୍ଲିକ କରନ୍ତୁ । ଏହାପରେ ଏନାବୁଲ ଅପସନ କ୍ଲିକ୍‌ କରି ୬ ସଂଖ୍ୟା ବିଶିଷ୍ଟ ଗୋପନୀୟ ପିନ୍ ନମ୍ବର ଦେଇ ଓକେ କରନ୍ତୁ । ପରେ ସମାନ ପିନ୍ ଆଉଥରେ ଭରନ୍ତୁ ।

ଏହାପରେ ନିଜ ଇ-ମେଲ୍ ଆଉଡି ଦିଅନ୍ତ । ପରେ ପରବର୍ତ୍ତୀ ଅପ୍‌ସନ୍‌ କ୍ଲିକ୍‌ କଲାପରେ ପୁଣି ସମାନ ଇ-ମେଲ୍ ଆଇଡି ଲେଖନ୍ତୁ । ସେଭ୍ ଅପସନ୍ କ୍ଲିକ୍‌ କରି ଡନ୍ ଅପସନ୍ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ହ୍ବାଟସଆପରେ ଟୁ ଷ୍ଟେପ୍ ଭେରିଫିକେସନ୍ କାର୍ଯ୍ୟକ୍ଷମ ହୋଇଗଲା । ତେବେ ହ୍ବାଟସଆପକୁ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍ କ୍ଲିକ୍‌ କରନ୍ତୁ ନାହିଁ । କିମ୍ବା କୌଣସି ବ୍ୟକ୍ତିଙ୍କୁ ନିଜର ଓଟିପି ଦିଅନ୍ତୁ ନାହିଁ । ଅନ୍‌ଲାଇନରେ ଯେଉଁ ବ୍ୟକ୍ତି ଆପଣଙ୍କୁ ଟଙ୍କା ମାଗୁଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥରେ ଫୋନ୍ କରି ସୁନିଶ୍ଚିତ ହୁଅନ୍ତୁ ଯେ ଏହି ବ୍ୟକ୍ତି ଆପଣଙ୍କ ପରିଚିତ ନାଁ ହ୍ୟାକର୍ । ଏଭଳି ପରାମର୍ଶବଳୀ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି ।