ଓକାକ ସିଇଓଙ୍କ ହ୍ୱାଟ୍ସଆପ ହ୍ୟାକ ଘଟଣା : ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ ନେଇ କ୍ରାଇମବ୍ରାଂଚ ଏଡିଜିଙ୍କ ସୂଚନା

ହ୍ୟାକ ପରେ ଠକ ଆକାଉଂଟରୁ ଅନ୍ୟ ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର ହୋଇଛି ଟଙ୍କା

130

କନକ ବ୍ୟୁରୋ : ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ ହ୍ୟାକ ଘଟଣାକୁ ଗୁରୁତର ସହ ନେଇଛି କ୍ରାଇମବ୍ରାଂଚ । ଏହି ଠକେଇ ପଛରେ ବିଦେଶୀ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଠକ ସହ କଥା ହୋଇଛନ୍ତି କ୍ରାଇମବ୍ରାଂଚ ଅଧିକାରୀ । କଥାବାର୍ତ୍ତାର ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ କରୁଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ମନୋଜଙ୍କ ଦେହ ଖରାପ ଅଛି, ସେ ଆଇସିୟୁରେ ଥିବା କହି ତାଙ୍କ ବନ୍ଧୁ, ସମ୍ପର୍କୀୟ ଏବଂ ଅଫିସ କର୍ମଚାରୀଙ୍କୁ ମେସେଜ କରି ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି ସାଇବର ଠକ । ତେବେ ଟଙ୍କା ନେବା ପରେ ଠକ ଜଣଙ୍କ ଆକାଉଂଟରୁ ସବୁ ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରି ଦେଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ହ୍ୟାକରର ବିଭିନ୍ନ ଆକାଉଂଟରେ ହଜାରେ ଏବଂ ୧୧ଶହ ଟଙ୍କା ଥିବା ତଦନ୍ତରୁ ଜଣାପଡ଼ିଛି । ଏକାଧିକ ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରିବାକୁ ଚିଠି ଲେଖାଯାଇଥିବା କହିଛନ୍ତି କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ।