କନକ ବ୍ୟୁରୋ : ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶସ ସେଂଟର(ଓକାକ୍) ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସପ୍ ହ୍ୟାକ କରି ୭ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ନାଇଜେରିଆନ ଗ୍ୟାଙ୍ଗର ଏହି ଠକକୁ ବାଙ୍ଗାଲୋରରୁ ଗିରଫ କରିଛି ଦିଲ୍ଲୀ ପୋଲିିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଓକୁଉଦିିରି ପାଶ୍ଚାଲ ।

Advertisment

ଅଭିଯୁକ୍ତଙ୍କ ଠାରୁ ପୋଲିସ ୭ ଟି ଏଟିଏମ କାର୍ଡ, ୪ ଟି ମୋବାଇଲ ଏବଂ କିଛି ସିମ କାର୍ଡ ଜବତ କରିଛି । ମାମଲାର ଅଧିକ ପାଇଁ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ୮ ଦିନିଆ ରିମାଣ୍ଡରେ ନେଇ ପଚାଉଚରା କରୁଛି । ତେବେ ଏହି ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଓଡ଼ିଶା କ୍ରାଇମ ବ୍ରାଂଚର ଏକ ଟିମ୍ ବାଙ୍ଗାଲୋର ଯିବ ବୋଲି ସୂଚନା ମିଳିଛି । ସିଇଓଙ୍କ ଠାରୁ କିପରି ଠକେଇ କଲେ ସେନେଇ ପଚରାଉଚରା କରିବ । ଆବଶ୍ୟକ ସ୍ଥଳେ ଅଭିଯୁକ୍ତଙ୍କୁ କ୍ରାଇମ ବ୍ରାଂଚ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି ।