ହ୍ୱାଟ୍ସଆପ ଅନେକ ସମୟରେ ବିଭିନ୍ନ ପ୍ରକାର ଫିଚର୍ସ ଗ୍ରାହକଙ୍କ ପାଇଁ ଲଞ୍ଚ କରିଥାଏ । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଫିଚର୍ସ ଲଞ୍ଚ ହୋଇଥାଏ । ଗତ କିଛି ଦିନ ତଳେ ହ୍ୱାଟ୍ସଆପ ଗ୍ରାହକମାନଙ୍କ ପାଇଁ ହ୍ଵାଟ୍ସଆପ୍ ଆଇଓଏସ୍ ବିଟା ଆପ୍ ଲଞ୍ଚ କରିଥିଲା । ଠିକ ସେହିଭଳି ହ୍ୱାଟ୍ସଆପ ଏବେ ଏପରି ଏକ ଫିଚର୍ସ ଗ୍ରାହକ ମାନଙ୍କ ପାଇଁ ଆଣିବାକୁ ଯାଉଛି ଯାହା ସାହାଯ୍ୟରେ ଗ୍ରାହକମାନେ ହ୍ୱାଟ୍ସଆପ ଓପନ ନକରି ମଧ୍ୟ ଭିଡିଓ ଦେଖି ପାରିବେ ।
ସୂଚନା ଅନୁଯାୟୀ, ଏବେ କମ୍ପାନୀ ଆଉ ଏକ ନୂଆ ଫିଚରକୁ ନେଇ କାମ ଚଳାଇଥିବା ଜଣାପଡ଼ିଛି । ଏହି ଫିଚର ଉପଲବ୍ଧ ହେବା ପରେ ବ୍ୟବହାରକାରୀମାନେ ଆପକୁ ନ ଖୋଲି ନୋଟିଫିକେସନ ବାରରେ ହିଁ ଭିଡିଓ ଦେଖି ପାରିବେ । କିନ୍ତୁ ପ୍ରଥମେ ଏହି ସୁବିଧା ଆଇଫୋନ ବ୍ୟବହାରକାରୀଙ୍କୁ ମିଳି ସାରିଥିବା ଜଣାପଡ଼ିଛି । ଆପଲ ନିଜ ଆପ୍ ଷ୍ଟୋରରୁ ସବୁ ହ୍ଵାଟ୍ସଆପ୍ ଷ୍ଟିକର ହଟାଇବାର ଘୋଷଣା କରିବା ପରେ ହ୍ଵାଟ୍ସଆପ୍ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସାମ୍ନାକୁ ଆସିଛି । ଆଇଓଏସ୍ ବିଟା ୟୁଜର୍ସ, ଯେଉଁମାନଙ୍କ ଫୋନରେ ୨.୧୮.୧୦୨.୫ ଭର୍ସନ ଇନଷ୍ଟଲ ଅଛି,ସେମାନେ ହିଁ ହ୍ଵାଟ୍ସଆପର ଏହି ନୂଆ ଫିଚରକୁ ବ୍ୟବହାର କରି ପାରିବେ । ନୂଆ ଫିଚର ବ୍ୟବହାର କିପରି କରାଯିବ, ସେ ନେଇ ଏ ପର୍ୟ୍ୟନ୍ତ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।