ହ୍ୱାଟସଆପ ଆଣିବ ନୂଆ ଫିଚର ! ଗ୍ରୁପ୍ ଭିଡିଓ କଲିଙ୍ଗ ସହ ରିକଲ ଫିଚରର ସୁବିଧା ପାଇବେ ୟୁଜର

32

ଏବେ ହ୍ୱାଟସଆପର ଜମାନା ଚାଲିଛି । ଯୋଗାଯୋଗ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ହ୍ୱାଟସଆପ । ଏହାସହ ନିଜ କଷ୍ଟମରଙ୍କ ପାଇଁ ନୂଆ ନୂଆ ଫିଚର ଆଣୁଥିବା ହ୍ୱାଟସଆପ୍ ପୁଣିଥରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଅଡିଓ ଓ ଭିଡିଓ କଲ ଭଳି ନୂଆ ନୂଆ ଫିଚର ଆଣିଥିବା ହ୍ୱାଟସଆପ ଏବେ ଗ୍ରୁପ୍ ଭିଡିଓ କଲ ଭଳି ନୂଆ ଫିଚର ଆଣିବା ପାଇଁ ଚେଷ୍ଟା ଚଳାଇଛି । ଖୁବଶୀଘ୍ର ଏହି ନୂଆ ଫିଚରର ଫାଇଦା ଉଠାଇପାରିବେ ହ୍ୱାଟସଆପ୍ ୟୁଜର । ଅନ୍ୟ ସୋସିଆଲ ମିଡିଆ ଆପ୍ ଭଳି ଏଣିକି ୟୁଜର ଭିଡ଼ିଓ କଲିଙ୍ଗର ସୁବିଧା ପାଇପାରିବେ ।

whatsapp-bubbles-ଡବ୍ଲୁଏବିଟା ଋିପୋର୍ଟ ମୁତାବିକ, ହ୍ୱାଟସଆପ ପାଇଁ ଗ୍ରୁପ୍ କଲିଙ୍ଗ ଭଳି ନୂଆ ଫିଚରର ପରୀକ୍ଷଣ କରାଯାଉଛି । ଏହି ନୂଆ ଫିଚରର ପରୀକ୍ଷଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହାପରେ ୟୁଜର ଏହାର ଫାଇଦା ଉଠାଇ ପାରିବେ । କେବଳ ଏହି ଫିଚର ନୁହେଁ ଆଉ ଏକ ଜବରଦସ୍ତ ଫିଚର ୟୁଜରଙ୍କ ପାଇଁ ହ୍ୱାଟସଆପ ଆଣିବାକୁ ପ୍ରସ୍ତୁତି ଚଳାଇଛି । ଏହି ନୂଆ ଫିଚର ଅନୁଯାୟୀ, ହ୍ୱାଟସଆପରେ ପଠାଯାଇଥିବା ମେସେଜକୁ ପୂର୍ନବାର କିଛି ସେକେଣ୍ଡ ମଧ୍ୟରେ ଫେରାଇ ଆଣିବାକୁ ଅପ୍ସନ ମିଳିବ । ଯାହାଦ୍ୱାରା ଯଦି ଭୂଲରେ କୌଣସି ମେସେଜ ଆପଣ ଅନ୍ୟ କାହାକୁ ପଠାଉଛନ୍ତି ତେବେ ତାହାକୁ ଫେରାଇ ଆଣିହେବ । ଦୁଇଟି ନୂଆ ଫିଚର ଏକା ସାଙ୍ଗରେ ଲଞ୍ଚ କରିବାକୁ ଯୋଜନା ରଖିଛି ହ୍ୱାଟସଆପ ।

ହ୍ୱାଟସଆପ ଆଣ୍ଡ୍ରଏଡର ନୂଆ ବୀଟା ଭର୍ସନରେ ଏହି ଦୁଇଟି ଫିଚର ଛଡା ଆଉ କିଛି ନୂଆ ଫିଚରର ଲାଭ ଉଠାଇପାରିବେ ୟୁଜର । ଏହି ନୂଆ ଫିଚର ଅନୁଯାୟୀ, ଯଦି ଆପଣ ହ୍ୱାଟସଆପ ନମ୍ବର ପରିବର୍ତ୍ତନ କରୁଥାନ୍ତି ତେବେ ଏନେଇ ଆପଣଙ୍କ ବନ୍ଧୁଙ୍କ ନିକଟକୁ ଏକ ନୋଟିଫିକେସନ ଆପଣାଛାଏଁ ଆସିଯିବ । ଯାହାଦ୍ୱାରା ନୂଆ ନମ୍ବରର ସୂଚନା ହ୍ୱାଟସଆପ ବନ୍ଧୁଙ୍କ ନିକଟରେ ବେଶ ଆରାମରେ ପହଞ୍ଚିଯିବ । ଏସବୁ ଭିତରେ ହ୍ୱାଟସଆପ ଆଉ ଏକ ନୂଆ ଫିଚର ୟୁଜରଙ୍କ ପାଇଁ ଆଣିଛି । ଏହି ନୂଆ ଫିଚର ହେଉଛି ଲାଇଭ ଲୋକସେନ ସେୟାରିଙ୍ଗ । ଏହାଦ୍ୱାରା ବ୍ୟବହାରକାରୀ ନିଜ ବନ୍ଧୁଙ୍କ ନିକଟକୁ ସଠିକ୍ ଲୋକସନ ସୂଚନା ପଠାଇପାରିବେ । ଏବଂ ଆପଣଙ୍କ ବନ୍ଧୁ ମଧ୍ୟ ଏହି ଫିଚର ମାଧ୍ୟମରେ ଆପଣଙ୍କୁ ଟ୍ରାକ କରିପାରିବେ ।