ହ୍ୱାଟ୍ସଆପରେ ବ୍ୟାପୁଥିବା ଗୁଜବକୁ ନେଇ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିସାରିଛି । ଅନେକ ଲୋକ ଗୁଜବର ଶିକାର ହୋଇ ପ୍ରାଣ ହରାଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ ଏବେ ଏକ ନୂଆ ଫିଚର ବାହାର କରିଛି । ଯାହାର ନାଁ ହେଉଛି, “ଫରୱାଡ ମେସେଜ ଇଣ୍ଡିକେଟର” । ଏହି ଫିଚର ଦ୍ୱାରା ଜଣା ପଡିବ ପଠାଯାଇଥିବା ମେସେଜଟି ଫେକ କି ନୁହେଁ । ଅର୍ଥାତ ମେସେଜଟି ଜେନେରେଟ ହୋଇ ପଠାଯାଇଛି କି ଅନ୍ୟର ମେସଜକୁ ପରୱାର୍ଡ କରାଯାଇଛି ତାହା “ଫରୱାଡ ମେସେଜ ଇଣ୍ଡିକେଟର” ଫିଚର ଦ୍ୱାରା ଜାଣିହେବ ।
ସୂଚନା ମୁତାବକ, କମ୍ପାନୀ ତାର ନୂଆ ଫିଚରକୁ ନେଇ ସାରା ଦେଶରେ ପ୍ରେସ ରିଲିସ ଜାରିକରିଛି । ଏଥିରେ କୁହାଯାଇଛି ହ୍ୱାଟ୍ସଆପ ୟୁଜର୍ସଙ୍କୁ ଖୁବ ସହଜରେ ଜଣା ପଡିଯିବ କି, କେଉଁ ମେସେଜ ତାଙ୍କ ପାଖକୁ ପରୱାର୍ଡ କରାଯାଇଛି । କେବଳ ସେତିକି ନୁହେଁ ୟୁଜର୍ସଙ୍କ ପାଖକୁ ଆସିଥିବା ମେସେଜ ତାଙ୍କ ସାଙ୍ଗ ସାଥୀ ପଠାଇଛନ୍ତି କି ଅନ୍ୟ କୌଣସି ଅପରିଚିତ ବ୍ୟକ୍ତି ଲେଖି ଫରୱାର୍ଡ କରିଛି ତାହା ମଧ୍ୟ ଖୁବ ସହଜେରେ ଜାଣିହେବ । ହ୍ୱାଟ୍ସଆପର ଏହି ଫିଚର ଦ୍ୱାରା ଲୋକମାନଙ୍କୁ ଅସୁବିଧାରୁ ରକ୍ଷାକରାଯାଇ ପାରିବ ବୋଲି କମ୍ପାନୀ ଦାବି କରୁଥିବା ବେଳେ ଅନ୍ୟ ପଟେ ଏହି ଫିଚକୁ ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
କମ୍ପାନୀର କହିବା ଅନୁସାରେ, ହ୍ୱାଟ୍ସଆପ ୟୁଜର୍ସଙ୍କ ସୁରକ୍ଷାକୁ ନେଇ କମ୍ପାନୀ ଖୁବ ଚିନ୍ତିତ । ତେଣୁ ଆମେ ଆପଣଙ୍କୁ ଫରୱାର୍ଡ କରାଯାଇଥିବା ମେସେଜକୁ ସେୟାର କରିବା ପୂର୍ବରୁ ଗୋଟେଥର ଭାବିବାର ସୁଯୋଗ ଦେବୁ । କୌଣସିବି ଫେକ ମେସେଜକୁ ଫରୱାର୍ଡ କରିବାରୁ ପୁର୍ବରୁ ଏହି ଫିଚର ଦ୍ୱାରା ଆପଣଙ୍କ ପାଖକୁ ପଠା ଯାଇଥିବା ମେସେଜଟି ଫେକ ବୋଲି ଇଣ୍ଡିକେଟ କରିଦିଆଯିବ । ଯାହା ଦ୍ୱାରା ଆପଣ ମେସେକୁ ପରୱାର୍ଡ ନକରି ଫେକ ମେସେଜ ଉପରେ ଏକ ରିପୋର୍ଟ କରିପାରିବେ କିମ୍ବା ଫରୱାର୍ଡ କରିଥିବା ବ୍ୟକ୍ତିକୁ ବ୍ଲକ ମଧ୍ୟ କରିପାରିବେ ।