କନକ ବ୍ୟୁରୋ : ହ୍ୱାଟ୍ସଆପରେ ଏବେ ଏକ ନୂଆ ଫିଚର୍ସ ଆସିବାକୁ ଯାଉଛି । ଯାହା ସାହାଯ୍ୟରେ ଉପଭୋକ୍ତାମାନଙ୍କ ବ୍ୟବହାର ଶୈଳିରେ ପରିବର୍ତ୍ତନ ହେବ । ଏହି ଫିଚର୍ସର ମୂଳ ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କର ଗୋପନୀୟତାକୁ ସୁରକ୍ଷିତ କରିବ । ଏହି ନୂତନ ହ୍ୱାଟ୍ସଆପ ଫିଚର୍ସ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ସୁବିଧା ମିଳିବ ।

Advertisment

ଏହା ହେଉଛି ହ୍ୱାଟ୍ସଅପର ନୂଆ ଭଏସ୍ ଚାଟ ଫିଚର୍ସ । ଏହି ନୂଆ ଫିଚର୍ସ ବଡ ବଡ କମ୍ପାନୀରେ ହେଉଥିବା ଗୃପ ଫୋନକଲ ଏବଂ ଅନେକ ଜରୁରୀ ବୈଠକରେ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଏହାକୁ ନଜରରେ ରଖି ଏହି ନୂଆ ଫିଚର୍ସ ପ୍ରସ୍ତୁତ ହୋଇଛି । ଏହି ଫିଚର୍ସକୁ ପ୍ରଥମେ ବିଟା ସଂସ୍କରଣରେ ପୂର୍ବରୁ ଦେଖାଯାଇସାରିଛି ଏବଂ ବର୍ତମାନ ଏହି ଫିଚର୍ସକୁ ଆନୁଷ୍ଟାନିକ ଭାବରେ ନିଶ୍ଚିତକରା ହୋଇଛି । ଶୀଘ୍ର ଏହି ଫିଚର୍ସ ସମସ୍ତଙ୍କ ନିକଟକୁ ପହଂଚିବ ।

ହ୍ୱାଟ୍ସଆପର ଏହି ନୂଆ ଫିଚର୍ସ ଟିକେ ଭିନ୍ନ ଭାବରେ କାମ କରିବ । କାରଣ ଏହି ନୂଆ ଟେକ୍ନିକାଲ ଅପଡେଟରେ ଗୋଟିଏ ବଡ ଗ୍ରୁପ କଲରେ ୩୨ ଜଣ ରହିପାରିବେ । ଏବଂ ଗ୍ରୁପ କଲରେ ରହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରିଙ୍ଗ ବଦଳରେ କିଛି ବ୍ୟକ୍ତିଙ୍କୁ ପୁସ୍ କରିବା ପାଇଁ ନୋଟିଫିକେଶନ ଯିବ ।

ଥରେ କଲରେ ଯୋଗଦେବା ପରେ ଉପଭୋକ୍ତାମାନେ ଶୀର୍ଷରେ କଲ୍ କଣ୍ଟ୍ରୋଲ୍ ପାଇବେ । ଏହି କଲ୍ କରିବା ସମୟରେ ଉପଭୋକ୍ତାମାନେ ମେସେଜ୍, ଫୋଟୋ ମଧ୍ୟ ପଠାଇପାରିବେ ଏବଂ ବ୍ୟକ୍ତିଗତ ଚାଟିଂ ମଧ୍ୟ କରିପାରିବେ । ଏହି ଭଏସ୍ ଚାଟ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ଫର୍ମାଟରେ ରହିବ ଯାହା ସୁରକ୍ଷାକୁ ଧ୍ୟାନରେ ରଖି ଏହି ଖାସ୍ ଫିଚର୍ସ ପ୍ରସ୍ତୁତ କରାଯାଇଛି ।

ଏହି ଫିଚର୍ସ କେବଳ ସେହି ଗୃପରେ କାମ କରିବ ଯେଉଁ ଥିରେ ୩୩ ରୁ ୧୨୮ ଅଂଶଗ୍ରହଣକାରୀ ଅନ୍ତର୍ଭୁକ୍ତ ଥିବେ । ଭାରତରେ କୋଟି କୋଟି ଲୋକଙ୍କ ସମେତ ଛୋଟ ଛୋଟ ପିଲା ମାନେ ମଧ୍ୟ ହ୍ୱାଟ୍ସଅପ ବ୍ୟବହାର କରନ୍ତି । ଏହି ନୂତନ ଫିଚର୍ସ ଦ୍ୱାରା ଅନେକ ବଡ ବଡ କମ୍ପାନୀ ରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଗ୍ରୁପ କଲ ରେ ଏହି ଫିଚର୍ସ ମାଧ୍ୟମରେ ଅନେକ ସାହାଯ୍ୟ ପାଇବେ ।