ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର । ଗ୍ରୁପ ଭିଡ଼ିଓ କଲରେ ବଡ଼ ପରବିର୍ତ୍ତନ କରି ଆଣିଲା ନୂଆ ଫିଚର୍ସ, ପଢ଼ନ୍ତୁ...କ’ଣ ଏହି ଫିଚର୍ସ ଏବଂ କ’ଣ ମିଳିବ ଫାଇଦା?

Advertisment
ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର । ଗ୍ରୁପ ଭିଡ଼ିଓ କଲରେ ବଡ଼ ପରବିର୍ତ୍ତନ କରି ଆଣିଲା ନୂଆ ଫିଚର୍ସ, ପଢ଼ନ୍ତୁ...କ’ଣ ଏହି ଫିଚର୍ସ ଏବଂ କ’ଣ ମିଳିବ ଫାଇଦା?

କନକ ବ୍ୟୁରୋ: ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସିଖବର । ଏବେ ୪ ନୁହେଁ ଏକାସଙ୍ଗେ ୮ ଜଣଙ୍କ ସହ କରିହେବ ଗ୍ରୁପ୍ ଭିଡ଼ିଓ କଲ୍ । ଦୀର୍ଘଦିନ ଧରି ଏହି ଫିଚର୍ସରେ ସଫଳତା ପାଇଁ ଗବେଷଣା କରୁଥିବା ହ୍ୱାଟ୍ସଆପକୁ ଶେଷରେ ମିଳିଛି ସଫଳତା । ଏଣିକି ଆପଣ ଏକାସଙ୍ଗେ ୮ ଜଣଙ୍କ ସହ ଭିଡ଼ିଓ କଲ୍ ରେ ଘଣ୍ଟା ଘଣ୍ଟା ଧରି କଥା ହୋଇପାରିବେ ।

ବର୍ତ୍ତମାନ ହାଉସପାର୍ଟି ଗୁଗୁଲ ଡୁଓ, ହେଙ୍ଗଆଉଟ୍ ଏବଂ ଜୁମ୍ ଆପ୍ ଭଳି ଆପ୍ଲିକେସନରେ ଅଧିକ ଲୋକଙ୍କ ସହ ଗ୍ରୁପ କଲ୍ ସୁବିଧା ଉପଲବ୍ଧ ରହିଛି । ସେହିପରି ହ୍ୱାଟ୍ସଆପରେ ମାତ୍ର ୪ ଜଣଙ୍କ ସହ ଗ୍ରୁପ ଭିଡ଼ିଓ କଲ୍ କରିବାର ଫିଚର୍ସ ଉପଲବ୍ଧ ରହିଛି । ତେଣୁ ହ୍ୱାଟ୍ସଆପ୍ ଏହିସବୁ ଆପ୍ କୁ ଟକ୍କର ଦେବା ପାଇଁ ଏବେ ୮ ଜଣଙ୍କୁ ଗ୍ରୁପ କଲ କରିପାରିବାର ଫିଚର୍ସ ଶୁଭାରମ୍ଭ କରିଛି ।

ସବୁଠାରୁ ବଡ଼ କଥା ହେଲା, ଆଇଫୋନ୍ ୟୁଜର୍ସ ମାନେ ଟେଷ୍ଟ୍ ଫ୍ଲାଇଟ୍ ଆପ୍ ଡାଉନଲୋଡ୍ କରି ହ୍ୱାଟ୍ସଆପ୍ ବିଟା ପ୍ରୋଗ୍ରାମରେ ସାମିଲ ହୋଇପାରିବେ । ଯଦି ଆପଣ ହ୍ୱାଟ୍ସଆପରେ ଗ୍ରୁପ କଲ୍ କରୁଛନ୍ତି ତେବେ ଏକସାଙ୍ଗେ ଆଠ ଜଣଙ୍କ ସହ ଭିଡ଼ିଓ ଏବଂ ଅଡିଓ କଲ୍ ଦୁଇଟା ଯାକ କରିପାରିବେ ।

୮ ଜଣଙ୍କ ସହ କେମିତି କରିବେ ଗ୍ରୁପ୍ କଲ ?
ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପ କଲ୍ ଅପସନକୁ ଯାଆନ୍ତୁ
ଏହାପରେ ଜଣଙ୍କୁ କଲ କରନ୍ତୁ
ସେହି ବ୍ୟକ୍ତି କଲ୍ ରିସିଭ୍ କଲା ପରେ
ଉପରେ ଏକ ଆଡ୍ ବା ପ୍ଲସ୍ ଅପସନ୍ ଦେଖାଯିବ
ସେଠି ଆପଣ ଆଉ ବ୍ୟକ୍ତିଙ୍କୁ କଲ୍ କରି ଆଡ୍ କରିପାରିବେ

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଏହା କେବଳ ହ୍ୱାଟ୍ସଆପ୍ ବିଟା ୟୁଜର୍ସ ଏବଂ ଅ।।ଇଓଏସ୍ ବିଟା ୟୁଜର୍ସମାନେ ହିଁ ଏହି ଫିଚର୍ସର ଲାଭ ଉଠାଇ ପାରିବେ । ଖୁବଶୀଘ୍ର ଆଣ୍ଡ୍ରଏଡ୍ ୟୁଜର୍ସମାନଙ୍କ ପାଇଁ ଏହି ଫିଚର୍ସ ଉବଲବ୍ଧ ହେବ ବୋଲି ହ୍ୱାଟ୍ସଆପ୍ କର୍ତ୍ତୁପକ୍ଷ କହିଛନ୍ତି । ଏହି ଫିଚର୍ସକୁ ଏହିପରି ଭାବେ ଡିଜାଇନ୍ କରାଯାଇଛି ଯେ, ଏଥିରେ ଭିଡ଼ିଓ କଲିଂ କରିବା ପାଇଁ କୌଣସି ହାଇସ୍ପିଡ୍ ଇଣ୍ଟରନେଟ୍ ର ଆବଶ୍ୟକତା ପଡ଼ିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe