ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ କଲେ, ଓକାକ ସିଇଓଙ୍କ ନାଁରେ ୭ ଲକ୍ଷ ଟଙ୍କା ଲୁଟିନେଲେ ।

Advertisment
ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ କଲେ, ଓକାକ ସିଇଓଙ୍କ ନାଁରେ ୭ ଲକ୍ଷ ଟଙ୍କା ଲୁଟିନେଲେ ।

କନକ ବ୍ୟୁରୋ : ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି। ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଥିବାର ଖବର ମିଳିଛି। ଏନେଇ ଭୁବନେଶ୍ୱରର ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ଖବର ଅନୁଯାୟୀ, ଓକାକର ସିଇଓ ତଥା ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟମାନଙ୍କୁ ନିଜ ପରିବାର ଡାକ୍ତରୀ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିବା ସୂଚନା ମିଳିଛି। ତେବେ ହ୍ୟାକର କେଉଁଠୁ ମନୋଜଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ହ୍ୟାକ୍ କରିଥିଲେ ସେ ବାବଦରେ ଏଯାବତ କୌଣସି ସୂଚନା ମିଳିପାରିନାହିଁ ।

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ଟାର୍ଗେଟ କରୁଛନ୍ତି ସାଇବର ଠକ । ବିଭିନ୍ନ ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ କରି କିମ୍ବା ଫେକ୍ ଆକାଉଣ୍ଟ  କରି ସେମାନଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବାର ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ତେଣୁ ଏଭଳି ଠକେଇକୁ ଏଡାଇବାକୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe