ଡାଉନହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ । ମେସେଜ ପଠାଇ ନପାରି ୟୁଜର୍ସ ହନ୍ତସନ୍ତ

199

କନକ ବ୍ୟୁରୋ: ଡାଉନ୍ ହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ । ଆଜି ରାତି ପ୍ରାୟ ୧୧ଟା ସମୟରେ ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ବହୁତ ସ୍ଲୋ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ୟୁଜର୍ସମାନେ ନାନାଦି ପ୍ରକାର ହନ୍ତସନ୍ତ ହେଉଛନ୍ତି । ଏହାସହ ୟୁଜର୍ସମାନେ ପଠାଉଥିବା ମେସେଜ୍ କିମ୍ବା ଭିଡିଓ ହ୍ୱାଟ୍ସଆପରେ ସେଆର୍ କରିବାକୁ ଅସୁବିଧା ହେଉଛି । ଫେସବୁକ୍ ଓ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟ କରିବା ମଧ୍ୟ ସମ୍ଭବ ହେଉନି । ଯାହା ପରେ ୟୁଜର୍ସମାନେ ଟୁଇଟରରେ ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହିତ ଅନେକ ମିମ୍ସ ସେଆର୍ କରିଥିବା ଦେଖିବାକୁ ମିଳିଛି ।