କନକ ବ୍ୟୁରୋ: ଲୋକପ୍ରିୟ ମେସେଜିଂ ସାଇଟ ହ୍ୱାଟ୍ସଆପର ସର୍ଭର ଠପ୍ । ଦେଶରେ ଗତ ଅଧଘଣ୍ଟା ଧରି ସର୍ଭର ଠପ୍ ହୋଇଯାଇଛି । ଅନେକ ଲୋକ ଏହି ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ନା ମେସେଜ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି । ଏହାକୁ ନେଇ ଲେକୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି । ମେସେଜ ପଠାଇବା ବେଳେ ଏହା ଯାଉନଥିବା ଦେଖିବାକୁ ମିଳିଛି ।
WhatsApp services have been down for the last 30 minutes. pic.twitter.com/9WL4mMFTRO
— ANI (@ANI) October 25, 2022
ସୂଚନା ଅନୁସାରେ ଦ୍ୱିପ୍ରହର ୧୨.୩୦ରୁ ହ୍ୱାଟ୍ସଆପ୍ସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପ୍ରଥମେ ହ୍ୱାଟ୍ସଆପ୍ ଗ୍ରୁପରେ ମେସେଜ ପଠାଇବାରେ ଅସୁବିଧା ହୋଇଥିଲା । ପରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ପଠାଇବାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା । ଏନେଇ ବର୍ତ୍ତମାନ ସୁଦ୍ଧା ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ । ଏହାକୁ ନେଇ ଟ୍ୱିଟରରେ ମିମ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ସର୍ଭର ଠପ୍ ହୋଇଛି । ପୂର୍ବରୁ ମଧ୍ୟ ଅନେକ ଥର ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା । ଗତ ବର୍ଷ ଫେସବୁକର ସର୍ଭର ଠପ୍ ହେବା ଯୋଗୁ ହ୍ୱାଟ୍ସଆପ ମଧ୍ୟ ଠପ୍ ହୋଇଯାଇଥିଲା । ପୁଣି ଏହିଭଳି ଅସୁବିଧାର ସାମ୍ନା କରୁଛନ୍ତି ୟୁଜର୍ସ । ତେବେ ଯେତେବେଳେ ସୁଦ୍ଧା ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ ସେତେବେଳେ ଯାଏ କିଛି ସ୍ପଷ୍ଟ ହୋଇପାରିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/53-7.jpg)