ହ୍ୱାଟସଆପର ସର୍ଭର ଡାଉନ୍ : ଘଣ୍ଟାଏ ହେଲା ମେସେଜ ଆସୁନି କି ଯାଉନି, ଖୁବଶୀଘ୍ର ସର୍ଭର କାର୍ଯ୍ୟକ୍ଷମ ନେଇ କହିଲେ ମେଟା ମୁଖପାତ୍ର

265

କନକ ବ୍ୟୁରୋ : ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ ସର୍ଭର ଡାଉନ୍ । ସାରା ଦେଶରେ ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି । ଏଥିପାଇଁ ଲୋକେ ମେସେଜ କିମ୍ବା ଭିଡିଓ ପଠାଇପାରୁନାହାନ୍ତି । କି ମେସେଜ ମଧ୍ୟ କରିପାରୁନାହାଁନ୍ତି । ଏହାର ପ୍ରଭାବ କୋଟି କୋଟି ଲୋକଙ୍କ ଉପରେ ପଡ଼ିଛି । ଭାରତରେ ପାଖାପାଖି ୧ ଘଣ୍ଟା ହେଲା ସର୍ଭର ଡାଉନ ଅଛି ।

ସେପଟେ ମେଟା କମ୍ପାନୀର ମୁଖପାତ୍ର କହିଛନ୍ତି ସମସ୍ୟା ନେଇ ଅବଗତ ଅଛନ୍ତି । କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶ ସମାନ ସମସ୍ୟା ଦେଇ ଗତି କରୁଛି । ଆମେରିକା, ଜର୍ମାନୀ, ସାଉଥ ଆଫ୍ରିକା, ବାହାରିନ, ବାଙ୍ଗଲାଦେଶ ସମେତ ବିଭିନ୍ନ ଦେଶରେ ହ୍ୱାଟ୍ସଆପ୍ ଚାଲୁ ନାହିଁ । ଖୁବଶୀଘ୍ର ସର୍ଭର କାର୍ଯ୍ୟକ୍ଷମ କରାଯିବ ।