୧୯ ଲକ୍ଷ ଆକାଉଣ୍ଟ ବ୍ୟାନ କଲା ହ୍ୱାଟସପ୍ । ଜାଣନ୍ତୁ ତା ମଧ୍ୟରେ ରହିଛି କି ଆପଣଙ୍କ ଆକାଉଣ୍ଟ ?

1,050

କନକ ବ୍ୟୁରୋ : ଇଣ୍ଟରନେଟରେ ମେସେଜିଂ ଆପ୍ ଭାବେ ହ୍ୱାଟସପ ସବୁଠାରୁ ଆଗରେ । ହେଲେ କୌଣସି କାରଣରୁ ହ୍ୱାଟସପ ପକ୍ଷରୁ ମେ’ ମାସରେ ୧୯ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରାଯାଇଛି   । ଆପ୍ ତରଫରୁ ପ୍ରତିମାସ ଆଇଟି ନିୟମ ଆଧାରରେ ଏନେଇ ରିପୋର୍ଟ ରିଲିଜ କରି ସୂଚନା ଦେଉଛି । ମେ ମାସ ରିପୋର୍ଟରେ ଏହି ଆପ୍ ତରଫରୁ ସୂଚନା ଦିଆଯାଇଛି କି, ମେ ମାସରେ ହ୍ୱାଟସପ୍ ପ୍ଲାଟଫର୍ମରୁ ୧୯ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କରାଯାଇଛି ।

ହ୍ୱାଟସପ ପ୍ଲାଟଫର୍ମ ପାଇଁ ଥିବା ନିୟମ ଉଲଙ୍ଘନ କାରଣରୁ ଏହି ଆକାଉଣ୍ଟଗୁଡିକ ବ୍ୟାନ କରାଯାଇଥିବା କଥା କୁହାଯାଇଛି । ଏହି ରିପୋର୍ଟରେ ମେ ମାସ ୧ ତାରିଖ ୨୦୨୨ ଠାରୁ ମେ ମାସ ୩୧ ତାରିଖ ୨୦୨୨ ପର୍ଯ୍ୟନ୍ତ ଡାଟା ସାମିଲ ଅଛି ।

ଏହି ମାମଲାକୁ ନେଇ ହ୍ୱାଟସପ୍ ପ୍ରବକ୍ତା କହିଛନ୍ତି କି ଆଇଟି ନିୟମ ୨୦୨୧ ମୁତାବକ ଆମେ ୨୦୨୨ ପାଇଁ ଲାଟେଷ୍ଟ ଲିଷ୍ଟ ଜାରି କରିଛୁ । ଏଥିରେ ଯେଉଁ ହ୍ୱାଟସପ ବ୍ୟବହାରକାରୀଙ୍କ ନାମରେ ସୁରକ୍ଷା ଆଇନ ଉଲଙ୍ଘନ ନେଇ ଅଭିଯୋଗ ଥିଲା ସେହି ଆକାଉଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହ ହ୍ୱାଟସପରେ ହେଉଥିବା ଦୂରୋପଯୋଗ ରୋକିବାକୁ କମ୍ପାନୀ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।

ହ୍ୱାଟସପରେ ଯେଉଁମାନେ ଘୃଣା ସୃଷ୍ଟିକାରୀ ଖବର ଦେବା, ଭ୍ରମାତ୍ମକ ଖବରକୁ ପ୍ରସାରିତ କରିବା ଭଳି କାମ କରୁଥିବା ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ବିଶେଷ ଭାବେ ବ୍ୟାନ କରାଯାଉଥିବା କଥା କୁହାଯାଇଛି ।