କରୋନା ସଂଖ୍ୟାର ତଥ୍ୟ ଲୁଚାଉଛନ୍ତି କି ସରକାର ? ନ୍ୟୁୟର୍କ ଟାଇମ୍ସର ରିପୋର୍ଟକୁ ନେଇ ଚର୍ଚ୍ଚା, କହିଲା, ଅସଲ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଗୁଣ ଅଧିକ, ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇ ଗୁଣ ।

319

କନକ ବ୍ୟୁରୋ : ସଂଖ୍ୟାକୁ ନେଇ ସନ୍ଦେହ ଥାଏ । ଆଉ ଏହି ସନ୍ଦେହ ଆହୁରୀ ଘନିଭୂତ ହୋଇଯାଇଛି, ଯେତେବେଳେ କରୋନା ଭଳି ମହାମାରୀ ଆମ ସାମ୍ନାରେ ଆସି ଛିଡ଼ା ହୋଇଛି । ପ୍ରକୃତରେ କରୋନା ଆକ୍ରାନ୍ତ ଏବଂ କରୋନା ମୃତ୍ୟୁକୁ ନେଇ ତଥ୍ୟ ଲୁଚାଉଛନ୍ତି କି ସରକାର । ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ଏକ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଯାହା ସରକାର ଦେଖାଉଛନ୍ତି, ତାଠାରୁ ୧୫ ଗୁଣ ଅଧିକ ହେଉଛି ଅସଲ ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ମୃତ୍ୟୁ ସଂଖ୍ୟା ଯାହା ସରକାର ଦେଖାଉଛନ୍ତି ଅସଲରେ ତାର ୨ ଗୁଣ ଲୋକ ମୃତ୍ୟୁବରଣ କରିଛନ୍ତି ।