କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ବିଜେପିର ପଂଚାୟତ ନିର୍ବାଚନୀ ଇସ୍ତାହାର । ଦୁର୍ନୀତି ମୁକ୍ତ ଶାସନର ପ୍ରତିଶ୍ରୁତି ଦେଇ ପଂଚାୟତ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିବ ବିଜେପି । ସେପଟେ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଂଚାଇବ ହେବ ବିଜେଡିର ପ୍ରମୁଖ ରଣନୀତି । ଅପରପକ୍ଷରେ ଦୁଇ ଦଳର ମିଛକୁ ପ୍ରସଙ୍ଗ କରିବ ବୋଲି କହିଛି କଂଗ୍ରେସ ।
ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ଏକ ଅଚଳ ବିଭାଗରେ ପରିଣତ ହୋଇଛି । ତୃଣମୂଳ ସ୍ତରରେ ଯେଉଁ ବିକାଶ ହେବା କଥା ହେଉନି । ଘରକୁ ଘରକୁ ଯାଇ ଲୋକଙ୍କ ପାଖରେ ପହଞ୍ଚିବା ବିଜେପିର ପ୍ରମୁଖ ରଣନୀତି ରହିବ ।
ସେହିପରି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ଇସ୍ତାହାର ଘୋଷଣା କଲେ ହେବନି, କାମରେ କରି ଦେଖାଅ । ଆମ କାମ ହେଉଛି ଆମ ବିକାଶ । ପ୍ରତିଶ୍ରୁତିଟା କେବଳ ପାଣିର ଗାର ହୋଇ ରହିଯାଉଛି । ଆମେ ପ୍ରତିଶ୍ରୁତି ଦେଉନା, କାମ କରି ଦେଖାଉ ।
କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି, ବିଜେଡିର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ବହୁତ ଭୋଟରେ ହାରିବ ବିଜେଡି । ଅତିତରେ କଂଗ୍ରେସ ଅନେକ ଉନ୍ନୟନ ମୂଳକ କାମ କରିଛି । ହେଲେ ଆମେ ତାକୁ ଭୋଟରେ ପରିବର୍ତ୍ତନ କରିନାହୁଁ । ଏବେ ଯେଉଁ ବିକାଶ ହେଉଛି ସେଥିରେ ସାଘାଂତିକ ଦୁର୍ନିତୀ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/3-32.jpg)