ସୁବ୍ରତଙ୍କ ମୁହଁରେ ଲକ୍ ଡାଉନର ସାରକଥା । ଇତିହାସକୁ ଦୋହରାଇଲେ, ଭଗବାନଙ୍କ ଉଦାହରଣ ଦେଇ ସଚେତନ ରହିବାକୁ ଆହ୍ୱାନ ଦେଲେ ।

ସୁବ୍ରତଙ୍କ ମୁହଁରେ ଲକ୍ ଡାଉନର ସାରକଥା । ଇତିହାସକୁ ଦୋହରାଇଲେ, ଭଗବାନଙ୍କ ଉଦାହରଣ ଦେଇ ସଚେତନ ରହିବାକୁ ଆହ୍ୱାନ ଦେଲେ ।

କନକ ବ୍ୟୁରୋ: ଆସନ୍ତା ୩୧ ଯାଏଁ ରାଜ୍ୟର ୫ଟି ଜିଲ୍ଲା ସହ ୮ଟି ସହରରେ ତାଲାବନ୍ଦ ବା ଲକ୍ ଡାଉନ୍ । ହେଲେ କାହିଁକି ଲକ୍ ଡାଉନ୍ ବେଳେ ଘରୁ ନବାହାରିବାକୁ କହୁଛନ୍ତି ସରକାର । ଜନତାଙ୍କ ମନରେ ଦ୍ୱନ୍ଦ ରହିଥିବା ବେଳେ ଏହାକୁ ସରଳ ଭାଷାରେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଭଗବାନଙ୍କ ଉଦାହରଣ ଦେଇ ସୁବ୍ରତ ବାଗଚୀ ଲକ୍ ଡାଉନର ପୂରା ସାରକଥା ବୁଝାଇଛନ୍ତି ।

ଭଗବାନ ସ୍ନାନ ଯାତ୍ରାପରେ ୧୪ ଦିନ ଅଣସରରେ ରହନ୍ତି । ଆମେ ଏହାକୁ କ୍ୱାରେଣ୍ଟାନ୍ ମଧ୍ୟ କହିପାରିବ । ଆମେ ମଧ୍ୟ ଠାକୁରଙ୍କ ଭଳି ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ୧୪ ଦିନ ଲକ୍ ଡାଉନ ରହିବା । ମାଦଳା ପାଞ୍ଜି ଅନୁସାରେ ଭଗବାନ ୨୨ଥର ଲକ୍ ଡାଉନ ଅବସ୍ଥାରେ ଥିଲେ । କାରଣ ଯେବେ ବର୍ହିଶତ୍ରୁ ଭଗବାନଙ୍କ ପ୍ରତି ବିପଦ ସୃ୍ଷ୍ଟି କରିଛନ୍ତି ସେତେବେଳେ ସେବକମାନେ ଭଗବାନଙ୍କୁ ୨୨ଥର ସ୍ଥାନାନ୍ତରିତ କରି ଲକ୍ ଡାଉନ କରି ରଖିଥିବା ମାଦଳା ପଞ୍ଜିକା କହୁଛି ।

ତେବେ ଯଦି ଭଗବାନଙ୍କ ଲୀଳାକୁ ଆମେ ଉଦାହରଣ ଭାବେ ନେବା ତାହା ହେଲେ ଆମେ ଶକ୍ତିର ସହ ଏଭଳି ବିଶ୍ୱ ମହାମାରୀର ମୁକାବିଲା କରିପାରିବା । ତେବେ ଏଠି ଠାକୁରଙ୍କ ଭଳି ଆମେ ନିଜକୁ ଲକ ଡାଉନ କରିପାରିଲେ ହିଁ କରୋନା ଭଳି ବର୍ହିଶତ୍ରୁ ଆମର କିଛି କ୍ଷତି କରିପାରିବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe