ଲକଡାଉନ ୪.୦ରେ ରାଜଧାନୀରେ କ’ଣ ଖୋଲା କ’ଣ ବନ୍ଦ? ବିଏମସି ଜାରି କଲା ପୂରା ତାଲିକା, ପୂର୍ବଭଳି ୧୧ଟି ନାମିଦାମୀ ସପିଂ ମଲ ଉପରେ ରହିଲା କଟକଣା…

2,577

କନକ ବ୍ୟୁରୋ: ଲକଡାଉନ ୪.୦ ମେ ୩୧ ତାରିଖ ଯାଏ ବଢ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ଗାଇଡଲାଇନ ଜାରି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ୱର ମହାନଗର ନିଗମରେ  ୪ର୍ଥ ପର୍ଯ୍ୟାୟ ଲକଡାଉନ ନିୟମ ଜାରି କରିଛି । ଆସନ୍ତୁ ଜାଣିବା ରାଜ୍ୟ ରାଜଧାନୀରେ କେଉଁ କଟକଣା ଚାଲୁ ରହିଛି ଓ କ’ଣ କୋହଳ ହୋଇଛି ।

କ’ଣ କଟକଣା ,କ’ଣ କୋହଳ?

  • ଭୁବନଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ
  • ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
  • ଅନଲାଇନ ପାଠପଢ଼ା ଚାଲୁ ରହିବ
  • କ୍ୟାଣ୍ଟିନ ସିନେମା, ସପିଂମଲ, ଜିମ, ଅଡିଟୋରିୟମ, ସୁଇମିଂପୁଲ, ଗେମ ପାର୍ଲର, ମନୋରଂଜନ ପାର୍କ, ସଭାଗୃହ ଆଦି ବନ୍ଦ ରହିବ
  • ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ
  • କ୍ରୀଡ଼ା  ପରିସର ଖୋଲିବ । ଖେଳାଳି ଭିତରକୁ ପ୍ରବେଶ କରି ପାରିବେ କିନ୍ତୁ ଦର୍ଶକମାନେ ଯାଇପାରିବେ ନାହିଁ
  • ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ
  • ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ କ୍ୟାଣ୍ଟିନ ଖୋଲାଯାଇପାରିବ ନାହିଁ ।
  • ହେଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ପାଇଁ କୌଣସି ଅସୁବିଧା ନାହିଁ 
  • ହେଟେଲ, ଲଜ, ଅତିଥିବ ଭବନ ଓ ଅନ୍ୟ ହସ୍ପିଟାଲିଟି ସେବା ଯୋଗାଉଥିବା ସ୍ଥାନ ଚାଲୁ ରହିବ
  • ମଲ୍ଟି ଷ୍ଟୋରେଡ ସପ୍ପିଂମଲରେ ଗ୍ରୋସରୀ, ପନିପରିବା, ମେଡିସିନ ଦୋକାନ ଖୋଲିପାରିବ କିନ୍ତୁ ଅନ୍ୟ ସାମଗ୍ରୀ ବିକ୍ରିକୁ ଅନୁମତି ମିଳିବ ନାହିଁ । କିନ୍ତୁ ସମାନ କୋଠାରେ ସରକାରୀ ଅଥବା ଘରୋଇ କାର୍ଯ୍ୟାଳୟ ଥିଲେ, ତାହା ଖୋଲିପାରିବ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଥା ବିଏମସିର ନୂତନ ଗାଇଡ ଲାଇନ ଅନୁସାରେ ଦୋକାନର ମାଲିକ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦାୟୀ ହେବେ । ସମସ୍ତ ଦୋକାନ ଅଥବା ବ୍ୟଣିଜ୍ୟିକ ପ୍ରତିଷ୍ଠାନରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଫ୍ଲୁ ଲକ୍ଷଣ ଥିଲେ କୌଣସି ବ୍ୟକ୍ତିଙ୍କୁ କୌଣସି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନକୁ ଯାଇପାରିବେ ନାହିଁ । ଦୋକାନ ମାଲିକ ଗ୍ରାହକମାନଙ୍କ ପାଇଁ ସାନିଟାଇଜର ଓ ହାତଧୋଇବା ସାମଗ୍ରୀ ରଖିବେ । ବିଏମ୍ସିର ପୂର୍ବ ଆଦେଶ ଅନୁସାରେ ଭୁବନେଶ୍ୱରରେ ପରିବା ଓ ଗ୍ରୋସରୀ ଦୋକାନ ଖୋଲିପାରିବ । ସେହିପରି ବାରିକ ଦୋକାନ, ସାଲୁନ, ବିଉଟି ପାର୍ଲରରେ କର୍ମୀ ସଠିକ ପିପିଇ ଯଥା ମାସ୍କ, ହାତ ଗ୍ଲୋଭସ ଆଦି ବ୍ୟବହାର କରିବେ । ସମସ୍ତ ଦୋକାନଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଖୋଲିପାରିବ ।

ସବୁଠାରୁ ବଡ଼ କଥା ହେଲା କି, ରାଜଧାନୀର ୧୧ଟି ନାମିଦାମୀ ସପିଂ ମଲ ଉପରେ କଟକଣା ବଳବତ୍ତର ରହିଛି । ଯାହାଦ୍ୱାରା ସେମାନେ ଲକଡାଉନ ୪.୦ ଅବଧି ମଧ୍ୟରେ ସିପଂ ମଲ୍ ଖୋଲିପାରିବେ ନାହିଁ ।

ସେଗୁଡ଼ିକ ହେଲା….

  1. ଏପ୍ଲାନେଡ ୱାନ୍,ରସୁଲଗଡ଼
  2. ଫୋରମ ମାର୍ଟ, ସତ୍ୟନଗର
  3. ବିଏମସି ଭବାନୀ ମଲ, ସହିଦନଗର
  4. ସେଣ୍ଟ୍ରାଲ ସପିଂ ମଲ, ସହିଦନଗର
  5. ପାଣ୍ଟାଲୁନ୍ ମଲ, ସହିଦନଗର
  6. ରିଲାଏନ୍ସ ସୁପର , ଭୁବନେଶ୍ୱର ରେଳଷ୍ଟେନ ପାଖ
  7. ଉତ୍କଳ ଗ୍ୟାଲେରିଆ, କଳ୍ପନା ସ୍କୋୟାର
  8. ବିଏମସି କେଶରୀ ମଲ୍, ୟୁନିଟ୍-୨ ମାର୍କେଟ
  9. ସିଫୋନି ମଲ୍, ରୁଦ୍ରପୁର
  10. ଡିଏନ ରେଗାଳିଆ ମଲ, ପାତ୍ରପଡ଼ା
  11. କ୍ରୀଷ୍ଣା ପ୍ଲାଜା ମଲ୍, ନୟାପଲ୍ଲୀ