ଅରେଞ୍ଜ ଜୋନରେ କ’ଣ କୋହଳ କ’ଣ କଟଣା ? ରାଜ୍ୟର ୬ ଜିଲ୍ଲା ଅଛି ଅରେଞ୍ଜ ଜୋନରେ , ଏହି ସବୁ ଜିଲ୍ଲାରେ କ’ଣ ମିଳିବ ସୁବିଧା ପଢ଼ନ୍ତୁ...

Advertisment
ଅରେଞ୍ଜ ଜୋନରେ କ’ଣ କୋହଳ କ’ଣ କଟଣା ? ରାଜ୍ୟର ୬ ଜିଲ୍ଲା ଅଛି ଅରେଞ୍ଜ ଜୋନରେ , ଏହି ସବୁ ଜିଲ୍ଲାରେ କ’ଣ ମିଳିବ ସୁବିଧା ପଢ଼ନ୍ତୁ...

କନକ ବ୍ୟୁରୋ: କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଦୁଇଟି ପର୍ଯ୍ୟାୟରେ ଆସନ୍ତା ମେ ୩ ତାରଖ ପର୍ଯ୍ୟନ୍ତ ଜାରି କରିଥିବା ଲକ୍‌ଡାଉନର ଅବଧିକୁ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ଦୁଇ ସପ୍ତାହ ପାଇଁ, ଅର୍ଥାତ୍‌ ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତେବେ, ମେ ୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ କାଳରେ ସରକାର ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଜିଲ୍ଲାଗୁଡ଼ିକୁ ରେଡ୍‌ (ନାଲି), ଅରେଞ୍ଜ (କମଳା) ଓ ଗ୍ରିନ୍‌ (ସବୁଜ) ଜୋନ୍‌ ଜିଲ୍ଲା ରୂପେ ଚିହ୍ନଟ କରିବା ସହ ଭିନ୍ନ ଭିନ୍ନ ଜୋନ୍‌ର ଜିଲ୍ଲଗୁଡ଼ିକ ପାଇଁ ଭିନ୍ନ ଭିନ୍ନ କଟକଣା ଜାରି ରହିଛନ୍ତି। ଏହିକ୍ରମରେ ଦେଶର ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ମଧ୍ୟରେ ରହିଥିବା ବେଳେ ଏହା ମଧ୍ୟରେ ଓଡ଼ିଶାର ୬ଟି ଜିଲ୍ଳା ରହିଛି।

ରାଜ୍ୟର ଖୋର୍ଦ୍ଧା ସମେତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଳାହାଣ୍ଡି- ଏହି ୬ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ମଧ୍ୟରେ ରହିଛି। ତେବେ, ଅରେଞ୍ଜ ଜୋନ୍‌ ମଧ୍ୟରେ ଲକ୍‌ଡାଉନ୍‌ ଅବଧି କାଳରେ ନିୟମକୁ କିଛିଟା କୋହଳ କରିଛନ୍ତି ସରକାର।
– ଅରେଞ୍ଜ୍‌ ଜୋନ୍‌ ଅଞ୍ଚଳରେ ଅନ୍ତଃଜିଲ୍ଲା ମଧ୍ୟରେ ଯାତାୟାତକୁ ଅନୁମତି ଦେଇଛନ୍ତି ସରକାର।
– ଚାରି ଚକିଆ ଯାନରେ ୨ ଜଣ ଓ ଦୁଇ ଚକିଆ ଯାନରେ ଜଣଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଛି।
– ହେଲେ, ଅରେଞ୍ଜ ଜୋନ୍‌ ମଧ୍ୟରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଓ କୋଚିଂ ସେଣ୍ଟର ବନ୍ଦ ରହିବ।
– ହୋଟେଲ ସମେତ ଅତିଥ୍ୟତା ପ୍ରଦାନ କରୁଥିବା ସମସ୍ତ ସେବା ବନ୍ଦ ରହିବ।
– ଓଲା ଓ ଉବର ପରି କ୍ୟାବ୍‌ ସେବା ଚାଲୁ ରହିପାରିବ।
– ଅନ୍‌ ଲାଇନ୍‌ ସପିଂ ସେବାକୁ ଅରେଞ୍ଜ ଜୋନ୍‌ ପରିସର ମଧ୍ୟରେ ଅନୁମତି ମିଳି ନାହିଁ।
– ଜିମ୍‌, କ୍ଲବ୍‌, ସ୍ପା, ସୁଇମିଂ ପୁଲ ଆଦି ବନ୍ଦ ରହିବ।
– ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ସନ୍ଧ୍ୟା ୭ଟା ପରଠାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ସାଧାରଣ ଜନତାଙ୍କ ସମସ୍ତ ପ୍ରକାରର ଯାତାୟାତ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe