ରାଜ୍ୟରେ ଡିସେମ୍ବର ମାସ ପାଇଁ ଗାଇଡଲାଇନ । ଜାଣନ୍ତୁ, କ’ଣ ଖୋଲା, କ’ଣ ରହିବ ବନ୍ଦ?

2,262

କନକ ବ୍ୟୁରୋ : ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଏହି ଗାଇଡଲାଇନ ଚଳିତ ବର୍ଷର ଶେଷ ଗାଇଡଲାଇନ । ଏଥର କରୋନା ମହାମାରୀ ପାଇଁ ରାଜ୍ୟ ସରକାର କିଛି କାର୍ଯ୍ୟ ଉପରେ କଟକଣା ଜାରି ରଖିଥିବା ବେଳେ ଆଉ କିଛି ଉପରେ କୋହଳ କରିଛନ୍ତି କଟକଣା । ତେବେ ଜାଣନ୍ତୁ ଏହି ଗାଇଡଲାଇନ ଅନୁସାରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ।

କଣ ଖୋଲା ରହିବ?
ଖୋଲିବ ସବୁ ମେଡିକାଲ କଲେଜ ।
ବାହାଘରରେ ସର୍ବାଧିକ ୨ଶହ ଲୋକ ସାମିଲ ହୋଇପାରିବେ ।
ଅନ୍ତିମ ସଂସ୍କାରରେ ୫୦ ଜଣ ଲୋକ ସାମିଲ ହେବେ ।
କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବାବଦରେ ଉଚ୍ଚଶିକ୍ଷା ବିଭାଗ ନେବେ ନିଷ୍ପତ୍ତି ।
ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ ।

କଣ ରହିବ ବନ୍ଦ?
ଅବରୋଧ ଅଞ୍ଚଳରେ ଜାରି ରହିବ ଲକଡାଉନ ।
ଡିସେମ୍ବର ଯାଏଁ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ ।
ଡିସେମ୍ବର ମାସରେ ମଧ୍ୟ ଖୋଲିବନି ସିନେମା ହଲ ଓ ସୁଇମିଂ ପୁଲ ।
ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ଉଡାଣ ।
ବଡ ଧରଣର ସାମାଜିକ, ରାଜନୈ÷ତିକ, କ୍ରୀଡା କାର୍ଯ୍ୟକ୍ରମ ବନ୍ଦ ।
ତୋଷାଳୀ କ୍ରାଫ୍ଟ, ଶିଶିର ସରସ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲାଗିଛି ।
ବୈଷୟିକ ଓ ଦକ୍ଷତା ବିକାଶ କେନ୍ଦ୍ର ୩୧ ଡିସେମ୍ବର ଯାଏଁ ବନ୍ଦ ।