ମହାମାରୀ ମୁକାବିଲାରେ ମାଆମାନେ ହିଁ ମେରୁଦଣ୍ଡ । ସଂକ୍ରମଣ ରୋକିବାକୁ ସଜାଗ ରୁହନ୍ତୁ । ସଂଗରୋଧ କେନ୍ଦ୍ରକୁ ନଯାଇ ସଚେତନ କରାନ୍ତୁ, କାରଣ ସଂକ୍ରମଣ ଦେଖେନି ସମ୍ପର୍କୀୟ ।

357

କନକ ବ୍ୟୁରୋ: ଲକଡାଉନକୁ ୪୫ ଦିନ ବିତିଥିବାବେଳେ ମିଶନ ଶକ୍ତି ମହିଳାମାନେ କିଭଳି କରୁଛନ୍ତି କରୋନା ଯୁଦ୍ଧ? ସାମ୍ବାଦିକ ସମ୍ମିଳନୀରେ ପୂରା ତଥ୍ୟ ଦେଇଛନ୍ତି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ତେବେ ବିଗତ ଦେଢ଼ମାସ ମଧ୍ୟରେ କରୋନା ଯୁଦ୍ଧର ମୁକାବିଲା ପାଇଁ ଆଜି ସୁଦ୍ଧା ୪୦ ଲକ୍ଷରୁ ଉଦ୍ଧ୍ୱର୍ ମାସ୍କ ତିଆରି କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ଗାଁ ଗହଳିରେ ଲୋକମାନଙ୍କୁ ସଂକ୍ରମଣରୁ ରୋକିବା ପାଇଁ ଘରେ ଘରେ ୮ ହଜାର ମାଆମାନେ ପରିବା ଓ ରାସନ୍ ବାଣ୍ଟିଛନ୍ତି ।

ସେହିଭଳି (ପ୍ରତ୍ୟେକ ପଞ୍ଚାୟତରେ କିଚେନ୍) ବ୍ୟବସ୍ଥା କରାଯାଇ ଏପର୍ଯ୍ୟନ୍ତ ଦେଢ଼ କୋଟି ମିଲ୍ ପ୍ରସ୍ତୁତ ହୋଇସାରିଲାଣି । କେବଳ ଏତିକି ନୁହେଁ ଟେକ୍ ହୋମ୍ ରାସନ୍- ଯାହା ଅଙ୍ଗନବାଡ଼ି କେନ୍ଦ୍ରରେ ନୁହେଁ ବରଂ ୮୦ ଲକ୍ଷ ମା ଓ ପିଲାମାନଙ୍କ ପାଇଁ ଘରେ ଘରେ ଯାଇ ବଣ୍ଟନକରିଛନ୍ତି ମିଶନ ଶକ୍ତିର ମାଆ । ଆଉ ଗ୍ରୀନ୍ ଜୋନ୍ ଅଞ୍ଚଳରେ ଜୀବନଜୀବିକା ଯଥା: ମତ୍ସ୍ୟ, ପନିପରିବା, ଗୋପାଳନ-ପୋଖରୀ ଖନନ କାମ ହାତକୁ ନେଇଛନ୍ତି । ଯାହାଦ୍ୱାରା ସ୍ଥାନୀୟ ଅର୍ଥନୀତି ଚଳଚଞ୍ଚଳ ହେଉଛି । ସେଥିପାଇଁ ତାଙ୍କୁ ଅଧିକ ସଶକ୍ତ କରିବା ପାଇଁ ବିନା ସୁଦ୍ଧରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪୫ କୋଟି ଋଣ ପ୍ରଦାନ କରାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଓଡ଼ିଶା କରୁଥିବା କରୋନା ଯୁଦ୍ଧରେ ଏସଏଚଜି ମାଆ ମାନେ ମେରୁଦଣ୍ଡ ଭଳି ଛିଡ଼ା ହୋଇଛନ୍ତି । ତେଣୁ ଆମେ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟରେ ପହଁଚିଲେଣି ଯେଉଁଠାରେ ଅଦୃଶ୍ୟ ଶତ୍ରୁ ସହ ଘମାଘୋଟ୍ ଲଢ଼େଇ କରିବାକୁ ପଡ଼ିବ । ଏବେ ଆମ ଘରର ଲୋକମାନେ ବାହାର ରାଜ୍ୟରୁ ଫେରିବେ ସେମାନଙ୍କୁ ୨୧ ଦିନିଆ କ୍ୱାରେଣ୍ଟିନରେ ରଖାଯିବ । କେବଳ ତାଙ୍କ ଭଲ ପାଇଁ ନୁହେଁ ତାହା ସଂକ୍ରମଣକୁ ରୋକିବା ପାଇଁ । ତେଣୁ ଏହି ସମୟରେ ଧୈର୍ଯ୍ୟହରା ନହୋଇ ସେମାନଙ୍କୁ ଦେଖା କରିବା କିମ୍ବା ତାଙ୍କୁ ସଂଗରୋଧ କେନ୍ଦ୍ରକୁ ଯାଇ ଖାଦ୍ୟ ଦେବା ଭଳି କାମ କରିବା ନାହିଁ । କାରଣ ସଂକ୍ରମଣ କାହାର ସମ୍ପର୍କୀୟକୁ ଦେଖେନି ।

କୋଭିଡ୍ ଯୁଦ୍ଧରେ ବିଜୟ ହେବାକୁ ହେଲେ ମାଆମାନେ ସାମାଜିକ ଦୂରତା ବଜାୟ ରଖନ୍ତୁ । ପରିବାର ଅନ୍ୟ ସଦସ୍ୟଙ୍କୁ ଏହାର ଗୁରୁତ୍ୱ ବୁଝାନ୍ତୁ ଏବଂ କ୍ୱାରେଣ୍ଟି କେନ୍ଦ୍ରକୁ ନଯିବାକୁ ଅନୁରୋଧକୁ ପାଳନ କରନ୍ତୁ । କାରଣ ଘରର ପୋଲିସ୍ ଭଳି ମାଆମାନେ ପାୱାରର ବ୍ୟବହାର କରନ୍ତୁ । ଦୂରତା ଏବଂ ସତର୍କତା ବଜାୟ ରଖିବା କାରଣ ପ୍ରତ୍ୟେ ମା ଜଣେ ଜଣେ କରୋନା ସଂଗ୍ରାମୀ ଓ ଯୋଦ୍ଧା ତେଣୁ ଭୟଭୀତ ନହୋଇ ସଚେତନ ହେବା ଫେରୁଥିବା ସମ୍ପର୍କୀୟ ୨୧ ଦିନିଆ କ୍ୱାରେଣ୍ଟିନରେ ଥିବାବେଳେ ଧୈର୍ଯ୍ୟ ରଖିବା ।