ଆସନ୍ତାକାଲି ଆସିବ ଦିଲ୍ଲୀ ଫଳାଫଳ: ରେଜଲ୍ଟ ପୂର୍ବରୁ ପୁଣି ଚର୍ଚ୍ଚାକୁ ଫେରିଲା କେଜ୍ରିୱାଲଙ୍କ ବିକାଶ ମଡେଲ, ଜନ ସମର୍ଥନ ଦେବ କି ମାଗଣା ପାଣି ଓ ବିଜୁଳି? ଲଡୁ ସରାଇ ଅଂଚଳରେ ସ୍ଥିତି ପରଖିଲା କନକ ନ୍ୟୁଜ୍ ଟିମ୍

481

କନକ ବ୍ୟୁରୋ: ଦିଲ୍ଲୀର ଲଡୁ ସରାଇରେ ରହୁଥିବା ସେଜୁଆନ୍ ପରିବାରରେ ପହଂଚିଥିଲେ ଆମ ଦିଲ୍ଲୀ ପ୍ରତିନିଧି । ଆଉ ଜାଣିବାକୁ ଚାହିଁଥିଲେ, ଦିଲ୍ଲୀ ସରକାରଙ୍କ ମାଗଣା ପାଣି ଓ ବିଜୁଳି ସୁବିଧା ତାଙ୍କ ଜୀବନରେ କେଉଁ ଭଳି ପରିବର୍ତନ ଆଣିଛି । ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଯେ, ଏହି ସିଜୁଆନ୍ ପରିବାର ମାସକ ୧୬ଶହରୁ ୧୮ଶହ ଟଙ୍କା ବିଜୁଳି ବିଲ୍ ଦେଉଥିଲେ । ହେଲେ ଗତ ନଭେମ୍ବର ମାସରୁ ଆଜି ଯାଏଁ ସେମାନଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡୁନି ।

ଠିକ୍ ସେହିପରି ଏହି ପରିବାର ମାସିକ ୭୦ ଯାଏଁ ପାଣି ପାଇଁ ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ କେଜ୍ରିୱାଲ ସରକାରଙ୍କ ଶସ୍ତା ପାଣି ଯୋଜନା ଯୋଗୁଁ ତାଙ୍କୁ ଖୁବ୍ କମ୍ ଦେୟ ଦେବାକୁ ପଡୁଛି । ଏମିତି କି ଆଗରୁ ଘଂଟାଏ ପାଇଁ ପାଣି ଆସୁଥିବା ବେଳେ ଏହା ୫ଘଂଟା ଯାଏଁ ପାଣି ଆସୁଥିବା କହିଛନ୍ତି ଏହି ପରିବାର ।

ଦିଲ୍ଲୀ କେଜ୍ରିୱାଲ ସରକାର ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ୨ଶହ ୟୁନିଟ୍ ଯାଏଁ ବିଜୁଳି ବିଲ୍ ସଂପୂର୍ଣ୍ଣ ମାଗଣା କରିଥିବା ବେଳେ ମାସିକ ୨୦ ହଜାର ଲିଟର୍ ଯାଏଁ ମାଗଣା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଆଉ ଏହି ଭଳି ଲୋକାଭିମୂଭୀ ଯୋଜନା ଦିଲ୍ଲୀର ଭୋଟ୍ରଙ୍କୁ ବେଶ୍ ପ୍ରଭାବିତ କରିଛି । ଆଉ ସେଇଥି ପାଇଁ ବୋଧେ ଦିଲ୍ଲୀରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ ।