ନୀଳ ନୁହେଁ ‘ନୀଳ ଜହ୍ନ’ ! ଗୋଟିଏ ଇଂରାଜୀ ମାସର ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁମୁନ୍ ଭାବେ ଆଖ୍ୟା ଦିଅନ୍ତି ବିଜ୍ଞାନୀ, ବଦଳେନାହିଁ ଚନ୍ଦ୍ରର ରଙ୍ଗ ।

131

କନକ ବ୍ୟୁରୋ: ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ତୋଫା ଜହ୍ନକୁ ନେଇ ବଢିଛି ଚର୍ଚ୍ଚା । ଆକାଶ ବିଜ୍ଞାନୀ ନୀଳ ଜହ୍ନ କଥା କହିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ତେବେ ବାସ୍ତବରେ ନୀଳ ଜହ୍ନ କ’ଣ ? 

ନୀଳ ନୁହେଁ ‘ନୀଳ ଜହ୍ନ’

ଆକାଶରେ ଝଟକୁଛି ଧଳା ଜହ୍ନ

ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡିଲେ, ଦ୍ୱିତୀୟ ପୂର୍ଣ୍ଣିମାର ଚନ୍ଦ୍ରକୁ ନୀଳ ଜହ୍ନ ବା ବ୍ଲୁ ମୁନ୍ କୁହାଯାଏ । ବାସ୍ତବରେ ଜହ୍ନର ରଙ୍ଗରେ କୌଣସି ପରିବର୍ତନ ହୁଏ ନାହିଁ । ଏହା କେବଳ ଦ୍ୱିତୀୟ ପୂର୍ଣ୍ଣିମାକୁ ଚିହ୍ନଟ କରିବା ପାଇଁ ବ୍ୟାଖ୍ୟା ମାତ୍ର । 

ଦୁଇଟି ପୂର୍ଣ୍ଣିମା ମଧ୍ୟରେ ୨୯.୫ ଦିନର ବ୍ୟବଧାନ ରହିଥାଏ । ଫଳରେ ଫେବୃଆରୀ ବ୍ୟତୀତ ଅନ୍ୟ ମାସରେ ନୀଳ ଜହ୍ନ ଦେଖାଯିବା ସମ୍ଭାବନା କମ୍ । ହିସାବ ଅନୁସାରେ ୩୧ ତାରିଖ ବିଶିଷ୍ଟ ମାସରେ ଏହି ସମ୍ଭାବନା ଅଧିକ ରହିଛି । ତେବେ ବିଶେଷଜ୍ଞଙ୍କ ମତରେ ୩୧ ଦିନ ଥିବା ମାସରେ ଏକ ନୀଳଜହ୍ନ ୨ରୁ ୩ ବର୍ଷ ମଧ୍ୟରେ ହୁଏ । ଏପରି ନୀଳଜହ୍ନ ଗତ ୨୦୧୮ ଜାନୁଆରୀ ଓ ମାର୍ଚ୍ଚ ମାସରେ ପଡିଥିଲା । ଏଭଳି ୩୧ ଦିନିଆ ମାସରେ ଦ୍ୱିତୀୟ ପୂର୍ଣ୍ଣିମୀ ଆସନ୍ତା ୨୦୨୩ ଅଗଷ୍ଟ ମାସରେ ଦେଖିବାକୁ ମିଳିବ । ତେବେ ୩୦ ଦିନିଆ ମାସରେ ଶେଷ ବ୍ଲୁମୁନ୍ ୨୦୦୭ ଜୁନ୍ ୩୦ରେ ପଡିଥିଲା ଏବଂ ପରବର୍ତୀ ଏଧରଣର ପୂର୍ଣ୍ଣିମା ୨୦୫୦ ସେପ୍ଟେମ୍ବର ୩୦ରେ ଦେଖାଯିବ । 

ଚଳିତ ନୀଳଜହ୍ନ ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ପାଇଁ ବେଶ୍ ବିରଳ । କାରଣ ସେମାନେ ହାଲୋଇନ୍ ପର୍ବ କରୁଥିବା ବେଳେ ଏହି ପୂର୍ଣ୍ଣିମା ଘଟୁଛି । ଶେଷ ଥର ପାଇଁ  ୧୯୪୪ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ପର୍ବ ଦିନ ନୀଳଜହ୍ନ ପଡିଥିଲା  ।