ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍: ଜାଣନ୍ତୁ କ’ଣ ହେଲା ମହଙ୍ଗା , କ’ଣ ହେଲା ଶସ୍ତା ?

1,594

ଚଳିତ ବଜେଟରେ ମଧ୍ୟବିତଙ୍କୁ ଆଶ୍ୱସ୍ତି ନାହିଁ । ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଓ ସୁନା । ଫଳରେ ବିଭିନ୍ନ ସ୍ଥାନରେ ଟ୍ୟାକ୍ସ ଅନୁସାରେ ପେଟ୍ରୋଲ ଓ ଡିଜେଲର ଦର ଅଲଗା ଅଲଗା ହେବ । କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ କେତେକ ସାମଗ୍ରୀ ଉପରେ ଟିକସ କମାଇଥିବାବେଳେ କେତେକ ସାମଗ୍ରୀ ଉପରେ ଟିକସ ବଢାଇଛନ୍ତି । ଦେଶର ଉତ୍ପାଦନ ଶିଳ୍ପକୁ ବଢାଇବାକୁ ସରକାର ଅନେକ ଆମଦାନୀ ସାମଗ୍ରୀ ଉପରେ ସୀମା ଶୁଳକ ବଢାଇଛନ୍ତି । ଫଳରେ ସେ ସବୁ ସାମଗ୍ରୀ ମହଙ୍ଗା ହେବ ।

ବଢିଲା : ପେଟ୍ରୋଲ- ଡିଜେଲ, ସୁନାରୁପା, ଏସି, ଲାଉଡସ୍ପିକର,କାଜୁ, ପ୍ଲାଷ୍ଟିକ,ଅପ୍ଟିକାଲ ଫାଇବର କେବୁଲ,ସିସିଟିଭି କ୍ୟାମେରା, ମାର୍ବଲ, ଟାଇଲ, ଇମ୍ପୋଟେଡ ବହି ଓ କାଗଜ, ଷ୍ଟେନଲେସ ଷ୍ଟିଲ

କମିଲା : ଇଲେକ୍ଟ୍ରିକ କାର, କ୍ରୁତ୍ରିମ କିଡନୀ, ଡାୟାଲିସିସ ମେସିନ, ଲିଥିୟମ ଆୟନ ବ୍ୟାଟେରୀ, ସେଟ ଟପ ବକ୍ସ, ମୋବାଇଲ ଫୋନ, ଉଲ ଫାଇବର, ନାପଥା, ଇଲେକ୍ଟ୍ରିକାଲ ଷ୍ଟିଲ।