ରାଜ୍ୟସଭାରେ କୃଷି ଆଇନକୁ ନେଇ ବିରୋଧୀଙ୍କ ହଙ୍ଗାମା । କୃଷିମନ୍ତ୍ରୀ କହିଲେ କିଏ ବୁଝାଇବ କୃଷି ଆଇନରେ କ’ଣ ରହିଛି କଳା

135

କନକ ବ୍ୟୁରୋ : ସଡକରୁ ସଂସଦ ଯାଏ ନୂତନ କୃଷି ଆଇନକୁ ନେଇ ଚାଲିଛି ହଙ୍ଗାମା । ଏହାରି ମଧ୍ୟରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟସଭାକୁ ସମ୍ବୋଦ୍ଧିତ କରିଛନ୍ତି । ସେ କହିଛନ୍ତି କି ସରକାରଙ୍କ ଯୋଜନା ମାଧ୍ୟମରେ ପ୍ରତି ଗ୍ରାମକୁ ମଜଭୁତ୍ କରାଯିବା ସହ କୃଷକ ଓ ଶ୍ରମିକ ମାନଙ୍କୁ ସିଧା ସଳଖ ସହାୟତା ଯୋଗାଇଦିଆଯାଉଛି । ଏହାସହ କୃଷିକ୍ଷେତ୍ରର ବିକାଶ ପାଇଁ ସରକାର କାମ କରିବା ସହ କୃଷକ ମାନଙ୍କର ରୋଜଗାର କିଭଳି ଦ୍ୱିଗୁଣା ହୋଇପାରିବ ତାହା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପାଖା ପାଖି ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧.୧୫ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ଦାବି କରିଛନ୍ତି କୃଷିମନ୍ତ୍ରୀ ।

ଅନ୍ୟପଟେ ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବ୍ୟୟବରାଦ କମ୍ କରାଯାଇଥିବା ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ କହିଥିଲେ କି ବର୍ତମାନ ପର୍ଯ୍ୟନ୍ତ ପାଖା ପାଖି ୧୦ କୋଟି ଚାଷୀ ପଞ୍ଜିକୃତ ହୋଇଛନ୍ତି । ତେଣୁ ବର୍ତମାନର ସ୍ଥିତିକୁ ଦେଖି ବଜେଟରେ ବ୍ୟବବସ୍ଥା କରାଯାଇଛି । ଯେତେବେଳେ ପଞ୍ଜିକରଣ ବଢିବ ତୁରନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ବ୍ୟବବରାଦ ବୃଦ୍ଧି କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ସେ ଆହୁରି କହିଛନ୍ତି କି ତାଙ୍କ ସରକାର ଏବେ ଏଫପିଓ ଆଣିବାକୁ ଯାଉଛନ୍ତି । ଯାହାଦ୍ୱାରା କୃଷକ ମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ । ଆତ୍ମନିର୍ଭର ଭାରତ ଫଣ୍ଡରେ କୃଷିକ୍ଷେତ୍ରର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଦିଆଯାଇଛି ।
ଏହାସହ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ କଳା ଆଇନ ବୋଲି କହୁଥିବା ବିରୋଧୀ ମାନଙ୍କୁ ପ୍ରଶ୍ନ କରି ଶ୍ରୀ ତୋମାର କହିଥିଲେ କି ‘ମୋତେ କେହି ବୁଝାଇପାରିବେ କି ନୂତନ କୃଷି ଆଇନ ଭିତରେ କ’ଣ ରହିଛି କଳା’