ହ୍ୱାଟସଆପରେ ଆପଣ ପଠାଇ ପାରିବେ ଟଙ୍କା । କଂପାନୀ ପକ୍ଷରୁ ଦିଆଗଲା ବଡ ସୂଚନା ।

ଭାରତରେ ହ୍ଵାଟସ୍‌ଆପ୍‌ର ୪୦୦ମିଲିୟନ ବ୍ୟବହାରକାରୀ ଥିବା ବେଳେ ଗତବର୍ଷଠାରୁ କିଛି ବ୍ୟବହାରକାରୀକୁ ନେଇ ପେମେଣ୍ଟର ପରୀକ୍ଷଣ କରାଯାଉଥିବା ସେ କହିଛନ୍ତି । ଟଙ୍କା ପଠାଇବାକୁ ହ୍ଵାଟସ୍‌ଆପ୍‌ରେ ମେସେଜ ପଠାଇବା ଭଳି ସହଜ ଏବଂ ଅନ୍ୟ ପେମେଣ୍ଟ ଆପ୍‌ଠାରୁ ଦ୍ରୁତ କରିବା ହେଉଛି କମ୍ପାନୀର ଲକ୍ଷ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ ।

156

ଖୁବ୍‌ ଶୀଘ୍ର ଭାରତରେ ଗୁଗଲ ପେ’ ଭଳି ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ଜଣା ପଡ଼ିଛି । ଏ ନେଇ ହ୍ଵାଟସ୍‌ଆପ୍‌ର ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ ବୁଧବାର ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ଜଣାଇଛନ୍ତି । ଭାରତରେ ହ୍ଵାଟସ୍‌ଆପ୍‌ର ୪୦୦ମିଲିୟନ ବ୍ୟବହାରକାରୀ ଥିବା ବେଳେ ଗତବର୍ଷଠାରୁ କିଛି ବ୍ୟବହାରକାରୀକୁ ନେଇ ପେମେଣ୍ଟର ପରୀକ୍ଷଣ କରାଯାଉଥିବା ସେ କହିଛନ୍ତି । ଟଙ୍କା ପଠାଇବାକୁ ହ୍ଵାଟସ୍‌ଆପ୍‌ରେ ମେସେଜ ପଠାଇବା ଭଳି ସହଜ ଏବଂ ଅନ୍ୟ ପେମେଣ୍ଟ ଆପ୍‌ଠାରୁ ଦ୍ରୁତ କରିବା ହେଉଛି କମ୍ପାନୀର ଲକ୍ଷ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ ।

ଯଦି ଏହାର ପରୀକ୍ଷଣ ସଫଳ ହେଉଛି, ତେବେ ଭାରତରେ ଏହାର ଗଭୀର ପ୍ରଭାବ ପଡ଼ିବା ସହ ଡିଜିଟାଲ ଅର୍ଥବ୍ୟବସ୍ଥା ଉପରେ ଏକ ବଡ଼ ପରିବର୍ତ୍ତନ ଆସିବ । ଏଇ ବର୍ଷ ଶେଷ ସୁଦ୍ଧା ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ଭାରତରେ ଅଧିକରୁ ଅଧିକ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉଇଲ୍‌ କୈଥାର୍କ । ତେବେ ଏହାର ପ୍ରଭାବ ଫୋନ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ପେମେଣ୍ଟ ଆପ୍‌ରେ ପଡ଼ିପାରେ ବୋଲି ଆଶା କରାଯାଉଛି ।

ଅନ୍ୟ ପକ୍ଷରେ, ଏହି ଇଭେଣ୍ଟରେ ଉପସ୍ଥିତ ଥିବା ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଥିଲେ, ଆମେ ହ୍ଵାଟସ୍‌ଆପ୍‌ ପେ’କୁ ଭାରତକୁ ସ୍ୱାଗତ କରୁୁଛୁ । ଭାରତରେ ହ୍ଵାଟସ୍‌ଆପ୍‌ ଆପ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ । ଯଦି ହ୍ଵାଟସ୍‌ଆପ୍‌ ପେ’କୁ ଭାରତରେ ଲଞ୍ଚ କରାଯାଉଛି ତେବେ ଏହାକୁ ଅଧିକରୁ ଅଧିକ ଲୋକ ବ୍ୟବହାର କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.