କନକ ବ୍ୟୁରୋ : କୋଭିଡ ମହମାରୀ ନିୟନ୍ତ୍ରଣ ପାଇଁ ଆଜିଠାରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବାକୁ ଯାଉଛି । ପ୍ରତି ଶନିବାର ସକାଳ ୫ଟାରୁ ଏହି ସଟ୍‌ଡାଉନ୍‌ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

Advertisment

ସଟଡାଉନ ବେଳେ କ'ଣ ଖୋଲା ରହିବ ଓ କ'ଣ ବନ୍ଦ ରହିବ ?

ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ ଖୋଲିବ । ଅଗ୍ନିଶମ, ପୁଲିସ, ପେଟ୍ରୋଲ ପମ୍ପ, ବିଦ୍ୟୁତ ଯୋଗାଣା, ଜଳ, ଏଲପିଜି, ଖବର କାଗଜ ଯୋଗାଣ, କ୍ଷୀର ଦୋକାନ ଖୋଲା ରହିବ । ରେଳ, ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡି ଚଳାଚଳ କରିବ । ତେବେ ମଲ , ସିନେମା ହଲ, ସାଧାରଣ ଯାତାୟାତ, ସ୍କୁଲ , କଲେଜ, ମନ୍ଦିର , ପାର୍କ, ଦୋକାନ ବଜାର, ପନିପରିବା ବଜାର, ବନ୍ଦ ରହିବ ।

ଏହାରି ଭିତରେ ଗତକାଲି ରାତିରୁ ରାଜଧାନୀରେ କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ଚେକିଂ ଆରମ୍ଭ ହୋଇଯାଇଛି ।ସହରରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିଭିନ୍ନ ଛକରେ ନାକାବନ୍ଦୀ କରି ଚେକିଂ କରାଯାଉଛି । କିନ୍ତୁ ଶନିବାର, ରବିବାର ସକାଳେ ମର୍ଣ୍ଣିଂୱାକ୍ କରିବା ପାଇଁ ସରକାର ସକାଳ ୫ଟାରୁ ୬ଟା କୋହଳ କରିଛନ୍ତି । ଏବଂ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି । ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି ।

  • ସୋମବାର ସକାଳ ୫ ଟା ଯାଏଁ ସଟଡାଉନ
  • ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ
  • ତେବେ ସକାଳୁ ଘଂଟାଏ କୋହଳ ହେଲା ସପ୍ତାହନ୍ତ ସଟଡାଉନ
  • ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ କଟକଣା କୋହଳ
  • ଶନି ଓ ରବିବାର ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମର୍ଣ୍ଣିଂୱାକ୍, ଜଗିଂ ଓ ସାଇକେଲିଂ କରିପାରିବେ
  • ସଟଡାଉନ ସମୟରେ କଟକ ଓ ଭୁବନେଶ୍ୱରରେ କିଛି ସ୍ଥାନରେ ମୋ ବସ ସେବା ଜାରି ରହିବ । ରେଳଷ୍ଟେସନରୁ ବସ ଚଳାଚଳ କରିବ
  • ଏୟାରପୋର୍ଟ ଓ ରେଳଷ୍ଟେସନ ମଧ୍ୟରେ ମୋ ବସ ଚଳାଚଳ କରିବ 
  • ସଟଡାଉନ ପାଇଁ କୌଣସି ପ୍ରକାର ପାସ ବ୍ୟବସ୍ଥା ହୋଇନାହିଁ 
  • ଅତ୍ୟାବଶ୍ୟକ ଓ ଜରୁରୀକାଳୀସେବାର କର୍ମଚାରୀ  ଯାତାୟତ କରିପାରିବେ
  • ନିଜ ସଂସ୍ଥାର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ