ଜୁନ୍ ୧ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ? ଜାଣନ୍ତୁ ଏହି ସମୟରେ କଣ ରହିବ ଖୋଲା ଓ କଣ ରହିବ ବନ୍ଦ?

932

କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢିଲା ଲକଡାଉନ । ଆସନ୍ତା ଜୁନ୍ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲକଡାଉନ ବ୍ୟତୀତ ଶନି-ରବିବାର ସଟଡାଉନ ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଲକଡାଉନକୁ ଆହୁରି କଡାକଡି କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ଲକଡାଉନ ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଉପରେ ନଜର ପକାନ୍ତୁ ।

ଲକଡାଉନରେ କଣ ଖୋଲା?
ଡାକ୍ତରଖାନା, ନର୍ସିଂ ହୋମ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଏଲପିଜି, ଖବରକାଗଜ ଯୋଗାଣ, କ୍ଷୀର ଦୋକାନ, ଟିକାକରଣ କେନ୍ଦ୍ର, ଚାଷ କାମ, ନିର୍ମାଣ କାମ, ରେଳ ଓ ବିମାନବନ୍ଦରକୁ ଗାଡି ଚଳାଚଳ, ଗ୍ୟାରେଜ, କୃଷି ସାମଗ୍ରୀ ମିଳୁଥିବା ଦୋକାନ, ଆହାର କେନ୍ଦ୍ର, ବୁକ୍ ଷ୍ଟୋର, ଇଲୋକଟ୍ରୋନିକ୍ସ ରିପାରିଂ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟ (ହୋମ ଡେଲିଭରି)

ଲକଡାଉନରେ କଣ ବନ୍ଦ?
ବସ୍ ଚଳାଚଳ, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ, ମଲ, ମାର୍କେଟ କମ୍ପେ୍ଲକ୍ସ, ପାର୍କ, ଯାତ୍ରା, ମୁକ୍ତାକାଶ ରଙ୍ଗମଞ୍ଚ, ଫିଲ୍ମ ଓ ଟିଭି ସିରିଏଲ ସୁଟିଂ, ସେଲୁନ, ସ୍ପା, ମୀନାବଜାର, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶ