ପ୍ରଚଣ୍ଡ ଗରମରେ ଫୋନ୍ ବ୍ଲାଷ୍ଟ ହେବାର ରହିଥାଏ ବିପଦ ! ଏଭଳି ସତର୍କତା ଅବଲମ୍ବନ କରି ଫୋନ୍ ସହ ନିଜକୁ ରଖନ୍ତୁ ସୁରକ୍ଷିତ ।

1,087

ମୋବାଇଲ୍ ବ୍ଲାଷ୍ଟ ଖବର ଆପଣ ପ୍ରତିଦିନ ଖବରକାଗଜରେ ପଢୁଥିବେ । ଏହାର ମୁଖ୍ୟ କାରଣ ହେଉଛି ଫୋନ୍ ର ଅଧିକ ଗରମ ହେବା । ଏହାଛଡା ଓଭରହିଟ୍ ହେଲେ ମଧ୍ୟ ଫୋନ୍ ଫାଟିଯିବାର ସମ୍ଭାବନା ଥାଏ । ତେବେ କିଛି ଉପାୟ ଆପଣାଇ ଏଭଳି ବିପତ୍ତି କୁ ଏଡାଯାଇପାରିବ  ।

୧ . ଅନ୍ୟ ଫୋନ୍ ଚାର୍ଜରକୁ ବ୍ୟବହାର କରନ୍ତୁ ନାହିଁ :

ସବୁବେଳେ ନିଜ କମ୍ପାନୀ ଫୋନ୍ ର ଚାର୍ଜର୍ ରେ ହିଁ ଚାର୍ଜ କରନ୍ତୁ । ଯଦି ଆପର ଅନ୍ୟ କମ୍ପାନୀ ଚାର୍ଜରରେ ଚାର୍ଜ କରିବେ ତେବେ ଭୋଲ୍ଟେଜ୍ ସଠିକ୍ ନ ହେବା କାରଣରୁ ଫୋନ୍ ବ୍ଲାଷ୍ଟ ହେବାର ମଧ୍ୟ ସମ୍ଭାବନା ଥାଏ । ଏହାଛଡା ଯଦି ଆପଣ ୟୁଏସବି ଟାଇପ୍-ସି ପୋର୍ଟ କିମ୍ବା କ୍ୱିକ୍ ଚାର୍ଜର ବ୍ୟବହାର କରୁଛନ୍ତି ତେବେ ମନେରଖନ୍ତୁ ଆପଣ ଫୋନର ବକ୍ସରେ ଥିବା କେବଲର ବ୍ୟବହାର କରୁଛନ୍ତି ।

୨ . ଫୋନ୍ ଗରମ ହେବା ପରେ ଚାର୍ଜ କରିବା ଭୁଲ୍ କରନ୍ତୁ ନାହିଁ :

ଯଦି ଆପଣଙ୍କ ଫୋନ୍ ଚାର୍ଜିଙ୍ଗ୍ ସମୟରେ ଅଧିକ ଗରମ ହୋଇଯାଉଛି ତେବେ ଏହାକୁ ଚାର୍ଜ କରନ୍ତୁ ନାହିଁ ଏବଂ ଥଣ୍ଡା ହେବା ପରେ ହିଁ ଏହାକୁ ଚାର୍ଜରେ ବସାନ୍ତୁ ।

ସୂର୍ଯ୍ୟଙ୍କ ପ୍ରଖର କିରଣରୁ ମୋବାଇଲକୁ ଦୂରରେ ରଖନ୍ତୁ :

ଯଦି ଆପଣ ଖରାରେ ଠିଆ ହୋଇ କଥା ହେଉଛନ୍ତି ତେବେ ଧ୍ୟାନ ରଖନ୍ତୁ ସୂର୍ଯ୍ୟଙ୍କ ପ୍ରଖର କିରଣରୁ ଫୋନ୍ କୁ ଯେଭଳି ଦୂରେଇ ରଖିବେ । ସୂର୍ଯ୍ୟ କିରଣରେ ଫୋନ୍ ଶୀଘ୍ର ଗରମ ହେବା ସହ ବ୍ଲାଷ୍ଟ୍ ହେବାର ସମ୍ଭାବନା ମଧ୍ୟ ବଢିଯାଏ ।

ବ୍ୟବହାର ହେଉନଥିବା ଆପ୍ କୁ ଇନଷ୍ଟଲ୍ କରନ୍ତୁ ନାହିଁ :

ମୋବାଇଲ୍ ବ୍ୟବହାର କରୁଥିବା ସମୟରେ ୟୁଜର୍ସ ଫୋନରେ ଫାଲତୁ ଆପ୍ ଡାଉନଲୋଡ୍ କରିଦିଅନ୍ତି । ଏହି ଆପ୍ସରେ ଅନେକ କେବଳ ଥରେ କିମ୍ବା ଦୁଇଥର ବ୍ୟବହାର ହୋଇଥାଏ କିନ୍ତୁ ଏହା ସବୁବେଳେ ଅନ୍ ହୋଇଥାଏ । ଏଭଳି ଆପ୍ ସବୁକୁ ବ୍ୟବହାର କରିବାରୁ ବଂଚନ୍ତୁ ।

ବ୍ରାଇଟ୍ ନେସ୍ ଅଧିକ କରନ୍ତୁ ନାହିଁ : ଫୋନ୍ ର ବ୍ରାଇଟ୍ ନେସ୍ କମ୍ ରଖନ୍ତୁ । ଅଧିକ ବ୍ରାଇଟ୍ ନେସ୍ ରେ ଫୋନ୍ ମଧ୍ୟ ଶୀଘ୍ର ଗରମ ହେବାକୁ ଲାଗିଥାଏ । ଫୋନ୍ ଗରମ ହେବା ପରେ କେସ୍ ବାହାର କରିଦିଅନ୍ତୁ ଏବଂ ଚାର୍ଜିଙ୍ଗ୍ ଲଗାଇବା ପରେ ମୋବାଇଲ୍ ରେ କଥାବାର୍ତ୍ତା କରନ୍ତୁ ନାହିଁ । କାରଣ ଚାର୍ଜିଙ୍ଗ୍ ସମୟରେ ଆପଣଙ୍କ ଫୋନ୍ ସିଧାସଳଖ ବିଜୁଳୀର ସଂପର୍କରେ ଥାଏ ଏବଂ ଗରମ ମଧ୍ୟ ହୋଇଥାଏ । ଏଭଳି ସମୟରେ ଚାର୍ଜରେ ବସାଇ ଫୋନ୍ ରେ କଥା ହେବା ଆପଣଙ୍କୁ ମହଙ୍ଗା ପଡିପାରେ ।