ଖାଦ୍ୟରୁ ପୋକ ବାହାରୁଥିଲେ କେଉଁଠି ଓ କେମିତି କରିବେ ଅଭିଯୋଗ !

41

ଗତକାଲି ଏକ ଖବର ସାମ୍ନାକୁ ଆସିଥିଲା,ଯେଉଁଠି ଜଣେ ଲୋକ ବିରିୟାନି ଖାଉଥିବା ସମୟରେ ତାଙ୍କ ଖାଦ୍ୟରୁ ପୋକ ବାହାରିଥିଲା । ଏ ନେଇ ସେ ଟ୍ଵିଟରରେ ଫଟୋ ଛାଡ଼ି ଏହି ଘଟଣାଟିକୁ ସର୍ବସମ୍ମୁଖକୁ ଆଣିଥିଲେ । ଏହି ଖବର ପ୍ରସାର ହେବା ପରେ ଖାଦ୍ୟ ତିଆରି କରୁଥିବା କମ୍ପାନୀ ଉପରେ ଜରିମାନା ମଧ୍ୟ ଲଗାଯାଇଥିଲା । ଯଦି ଆପଣଙ୍କ ସହ ମଧ୍ୟ ସେଭଳି କିଛି ଘଟଣା ଘଟୁଛି ତେବେ କୌଣସି ରେସ୍ତୋରାଁରେ ବା ବାହାରେ ଖାଉଥିବା ସମୟରେ ଯଦି ଆପଣଙ୍କ ଖାଇବାରୁ ପୋକ ବାହାରୁଛି ତେବେ ଆପଣଙ୍କ ପ୍ରଥମେ କ’ଣ କରିବାକୁ ହେବ ତାହା ଜାଣିବା ନିହାତି ଆବଶ୍ୟକ।

୧.ଯଦି ଆପଣଙ୍କୁ କେବେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି,ତେବେ ସର୍ବପ୍ରଥମେ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକାରଣ (Food Safety Standards Authority India) େଓ୍ଵବସାଇଟକୁ ଯାଆନ୍ତୁ । ଏହି େଓ୍ଵବସାଇଟକୁ ଯାଇ ଆପଣ ଆପଣଙ୍କ ଅଭିଯୋଗ ଲେଖିବା ସହ ପ୍ରମାଣ ପାଇଁ ଏକ ଫଟୋ ଦିଅନ୍ତୁ । ଏହା ପରେ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକାରଣକୁ ସୂଚନା ମିଳିଯିବ ଏବଂ ପରେ ସେମାନେ ଆଗକୁ ଏ ନେଇ ନିଜର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ।

୨. ଆପଣମାନେ ଏହାର ଅଭିଯୋଗ ଏଫଏସଏସଏଆଇର ଟୋଲ ଫ୍ରି ନମ୍ବର ବ୍ୟବହାର କରି ମଧ୍ୟ କରିପାରିବେ । ଯଦି ଖାଦ୍ୟର ମାନ ଠିକ୍ ନାହିଁ ବୋଲି ଆପଣମାନେ ଦେଖୁଛନ୍ତି ତେବେ ୧୮୦୦୧୧୨୧୦୦ନମ୍ବରକୁ ତୁରନ୍ତ ଫୋନ କରି ଜଣାନ୍ତୁ ।