ମାତ୍ର ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଯଦି ଆମ ପୃଥିବୀ ଘୂରିବା ବନ୍ଦ କରିଦିଏ…ଜାଣନ୍ତୁ କେତେ ବଡ଼ ପ୍ରଳୟ ମାଡ଼ିଆସିବ ।

619

କନକ ବ୍ୟୁରୋ : ଆମେ ସମସ୍ତେ ଜାଣିଛେ, ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛି । ପୃଥିବୀ ହେଉଛି ସୌରମଣ୍ଡଳର ତୃତୀୟ ଗ୍ରହ । ପୂରା ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ, ଯେଉଁଠି ଜୀବନ ଅଛି । ପୃଥିବୀର ଗୋଟିଏ ଆବର୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ କୁହାଯାଏ ।

ପୃଥିବୀର ଗୋଟିଏ ପାଶ୍ୱର୍ରେ ଯେତେବେଳେ ଦିନ ହୋଇଥାଏ, ଅନ୍ୟ ପାଶ୍ୱର୍ରେ ସେତେବେଳେ ରାତି ହୋଇଥାଏ । ତେବେ ଆପଣ କେବେ ଭାବିଛନ୍ତି, ଯଦି ପୃଥିବୀ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଘୁରିବା ବନ୍ଦ କରିଦିଏ, ତେବେ କେତେ ବଡ଼ ପ୍ରଳୟ ଆସିବ ।

ଆମେରିକାର ଜଣେ ପ୍ରସିଦ୍ଧ ଜ୍ୟୋର୍ତିବିଜ୍ଞାନୀ ନେଲ୍ ଡିଗ୍ରେସ୍ ତାଇସନ୍ ଯେଉଁ ବୟାନ ରଖିଛନ୍ତି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଇସନ୍ ହେଉଛନ୍ତି ଆମେରିକାର ଜଣେ ଜଣାଶୁଣା ଜ୍ୟୋର୍ତିବିଜ୍ଞାନୀ । ସେ କହିଛନ୍ତି, ଯଦି ଆମ ପୃଥିବୀ ମାତ୍ର ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଘୁରିବା ବନ୍ଦ କରିଦିଏ, ତେବେ ଅତି ଭୟଙ୍କର ବିପଦ ମାଡିଆସିବ ।

ପୃଥିବୀ ନିଜ କକ୍ଷ ଚାରିପଟେ ୮୦୦୦ ମାଇଲ୍୍ ପ୍ରତି ଘଂଟା ବେଗରେ ଘୁରୁଛି । ଏବଂ ଅନୁଭବ ନକରିପାରିଲେ ମଧ୍ୟ ଆମେ ମଧ୍ୟ ଏହାରି ସହ ଘୁରୁଛେ । ଯଦି ପୃଥିବୀ ଘୁରିବା ବନ୍ଦ ହୋଇଯାଏ, ତେବେ ଲୋକମାନଙ୍କର ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ରହିଛି ।

ଆପଣଙ୍କ ସାମ୍ନାରେ ଗୋଟିଏ ଉଦାହରଣ ରଖିବୁ । ଧରିନିଅନ୍ତୁ କାରଟିଏ ଦ୍ରୁତ ଗତିରେ ଯାଉଛି । ଆଉ ହଠାତ ଦୁର୍ଘଟଣାର ଶିକାର ହେଉଛି । ତେବେ ସିଟ୍ ବେଲ୍ଟ ବାନ୍ଧିନଥିବା ବ୍ୟକ୍ତି ନିଜରୁ ସିଟରୁ ଛିଟକି ଦୂରରେ ପଡିଯିବେ । ପୃଥିବୀ ମଧ୍ୟ ସେହିଭଳି ଦ୍ରୁତ ଗତିରେ ଘୁରୁଛି, ଆଉ ଯଦି ହଠାତ ଘୁରିବା ବନ୍ଦ କରିଦିଏ, ତେବେ କାର ଦୁର୍ଘଟଣା ଭଳି ଅତ୍ୟନ୍ତ ଭୟଙ୍କର ପ୍ରଳୟ ମାଡିଆସିବ ।

ଜ୍ୟୋର୍ତିବିଜ୍ଞାନୀ ତାଇସନଙ୍କ କହିବା କଥା, ଯଦି ଏପରି ସ୍ଥିତି ଉପୁଜେ, ତେବେ ଦିନ ଲମ୍ବା ସମୟ ଧରି ରହିପାରେ । ଏବଂ ରାତିର ଅନ୍ଧାର ମାତ୍ର ଅଳ୍ପ ସମୟ ପାଇଁ ରହିବ । ପୃଥିବୀ କ୍ରମାଗତ ଭାବେ ଘୁରୁଛି । ଯଦିଓ ଆମେ ଅନୁଭବ କରିନପାରୁ, କିନ୍ତୁ ଆମେ ମଧ୍ୟ ପୃଥିବୀ ସହ ଘୁରୁଛେ । ତେଣୁ ଯଦି ମାତ୍ର ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଆମ ଗ୍ରହ ପୃଥିବୀ ଘୁରିବା ବନ୍ଦ କରିଦିଏ, ତେବେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପାରେ ।