କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଏକପାଖିଆ ବିଜୟ ହାସଲ କରିଛି ବିଜେଡି । ଶାସକ ବିଜୁ ଜନତା ଦଳ ଉପରେ ଆଶୀର୍ବାଦ ଅଜାଡି ଦେଇଛନ୍ତି ଗାଁ ଭୋଟର । ଆଗକୁ ପୌର ନିର୍ବାଚନ ଥିବାରୁ ଗାଁ ଭୋଟରଙ୍କ ଭଳି ସହରୀ ଭୋଟରଙ୍କ ନିଷ୍ପତି କଣହେବ ତାକୁ ନେଇ ଆରମ୍ଭ ହୋଇଛି ଆକଳନ । ଆଉ ଏତିକିବେଳେ ପୌର ଦଖଲ ନେଇ ଦାବି କରିଛି ବିଜେଡି ।

Advertisment

ପଂଚାୟତ ନିର୍ବାଚନର ଫଳାଫଳ ପୌର ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ଏପଟେ କଂଗ୍ରେସ ପଂଚାୟତ ନିର୍ବାଚନ ହାରିବାର ମୁଖ୍ୟ କାରଣ ଟଙ୍କା ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଦଳ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ଟଙ୍କା ଦେଉନଥିବାରୁ ଫଳାଫଳ ଏପରି ହୋଇଥିବା ସେ କହିଛନ୍ତି । ଏପରିକି ଆର୍ଥିକ ସାହାଯ୍ୟ ନକଲେ ଦଳ ପୌର ନିର୍ବାଚନରେ ବି ସମାନ ଦଶା ଭୋଗିବ ବୋଲି ସେ ଚେତାଇ ଦେଇଛନ୍ତି ।