କନକ ବ୍ୟୁରୋ: ୧୪୦ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାକୁ ନେଇ ୪ ମାସର ଯାତ୍ରା ଆରମ୍ଭ କରିଛି ଆଦିତ୍ୟ ଏଲ-୧ । ସତୀଶ ଧାବନ ମହାକାଶ କେନ୍ଦ୍ର, ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡରୁ ସଫଳତାର ସହ ଉତକ୍ଷେପଣ ପରେ ଆରମ୍ଭ ହୋଇଛି ଭାରତର ପ୍ରଥମ ସୌର ଅଭିଯାନ ।

Advertisment

ଦିନ ୧୧ଟା ୫୦

ଲଞ୍ଚ୍ ହେବାର ମାତ୍ର ୩ ସେକେଣ୍ଡ ଭିତରେ କାର୍ଯ୍ୟ ଆରମ୍ଭ କରିଥିଲା ରକେଟର ପ୍ରଥମ ସ୍ତର । ଆଦିତ୍ୟ ଏଲ୍-୧କୁ ଧରି ଉପରକୁ ଉଠିଥିଲା ଶକ୍ତିଶାଳୀ ପିଏସଏଲଭି -ସି୫୭ ।

ଦିନ ୧୨ଟା ୧୫

ଗୋଟିଏ ପରେ ଗୋଟିଏ ରକେଟର ୩ଟି ସ୍ତର ସଫଳତାର ସହ କାର୍ଯ୍ୟ କରିବା ପରେ ଚତୁର୍ଥ ବା ପିଏସ୍-୪ ଅର୍ଥାତ୍ ରକେଟର ଉପର ସ୍ତର ୩୦ ସେକେଣ୍ଡ ପାଇଁ ଫାୟାର ହୋଇଥିଲା ଏହାର ୨୬ ମିନିଟ ପରେ ପୁଣି ଥରେ ୮ ମିନିଟ୍ ପାଇଁ ଫାୟାର ହୋଇଥିଲା ପିଏସ୍-୪

ଦିନ ୧୨ଟା ୫୩

  • ଲଞ୍ଚ୍ ହେବାର ୬୩ ମିନିଟ୍ ୨୦ ସେକେଣ୍ଡ ପୃଥିବୀର କକ୍ଷପଥରେ ପହଞ୍ଚିଥିଲା ଆଦିତ୍ୟ ଏଲ୍-୧
  • ୨୩୫ କିମି-୧୯,୫୦୦କିମି ଅଣ୍ଡାକାର କକ୍ଷପଥରେ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା
  • ଇସ୍ରୋ ଯାହା ନିର୍ଦ୍ଧାରଣ କରିଥିଲା ସେହି ଅନୁସାରେ ଆଗକୁ ବଢ଼ୁଛି ଭାରତର ସୂର୍ଯ୍ୟ ଅଭିଯାନ ।
  • ପୃଥିବୀ କକ୍ଷପଥରେ ୧୬ ଦିନ ଯାଏଁ ବୁଲିବ ଆଦିତ୍ୟ ଏଲ୍-୧
  • ୫ ଥର ହେବ କକ୍ଷପଥ ପରିବର୍ତ୍ତନ
  • ସେପ୍ଟେମ୍ବର ୩, ଦିନ ୧୧ଟା ୪୫ରେ ହେବ ପ୍ରଥମ କକ୍ଷପଥ ପରିବର୍ତ୍ତନ

୧୬ ଦିନ ପରେ ଲକ୍ଷ୍ୟପଥ ଅଭିମୁଖେ ଗତି କରିବ ଆଦିତ୍ୟ ଏଲ୍-୧ । ୧୨୫ ଦିନ ଧରି ଯାତ୍ରା କରିବା ପରେ ଲାଗରେଞ୍ଜ୍ ପଏଣ୍ଟ-୧ରେ ପହଁଚିବ ସାଟେଲାଇଟ୍ । ଏହି ଠାରେ ହିଁ ସୂର୍ଯ୍ୟକୁ ନିରୀକ୍ଷଣ କରି ତଥ୍ୟ ପ୍ରେରଣ କରିବ ।

ଆଦିତ୍ୟ ଏଲ୍-୧

  • ଆଦିତ୍ୟ ଏଲ୍-୧ରେ ରହିଛି ୭ଟି ପେ-ଲୋଡ୍
  • ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, କରୋନା ସଂପର୍କରେ ତଥ୍ୟ ଦେବ
  • ଉପର ସ୍ତରର ତାପମାତ୍ରା ସଂପର୍କରେ ଜଣାଇବ
  • ଅତି ବାଇଗଣୀ ରଶ୍ମୀ ବିକିରଣ ଓ ବିଶ୍ୱ ଜଳବାୟୁ ନେଇ ଗବେଷଣା ପାଇଁ ସୂଚନା ଦେବ
  • ସୌର ଚୁମ୍ବକୀୟ ଝଡ଼, ବାୟୁ ମଣ୍ଡଳ ସଂପର୍କରେ ଅନୁଧ୍ୟାନ କରିବ

ଭାରତକୁ କ’ଣ ମିଳିବ ଫାଇଦା?

  • ସୌର ଶକ୍ତିକୁ ନେଇ ଅଧିକ ଗବେଷଣା କରିବ ଭାରତ
  • ଦେଶରୁ ଶକ୍ତି ସଂକଟ ଦୂର କରିବା ପାଇଁ ସହାୟକ ହେବ
  • ସୌର ଶକ୍ତିକୁ ସଂଚୟ କରିପାରିଲେ ଧନୀ ରାଷ୍ଟ୍ର ହୋଇଯିବ ଭାରତ
  • ବିଦେଶ ପୁଞ୍ଜି ନିବେଶ ବଢ଼ିବ
  • ଗବେଷଣାରୁ ଉପଲବ୍ଧ ତଥ୍ୟର ପ୍ୟାଟେଂଟରୁ ମିଳିବ ଲାଭ
  • ବିକାଶଶୀଳ ଦେଶରୁ ବିକଶିତ ଦେଶ ହୋଇପାରିବ ଭାରତ