ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ କଣ କରିବେ ଧୋନୀ ? ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଧୋନୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ବଢ଼ିଲା ଉତ୍ସୁକତା

747

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୪ ମସିହାରେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଥିଲେ ଧୋନୀ । ଭାରତର ୭୪ ତମ ସ୍ୱାଧିନତା ଦିବସ ଅବସରରେ ଗତକାଲି ସଂଧ୍ୟା ୭ଟା ୨୯ ମିନିଟରେ ଇନଷ୍ଟ୍ରାଗ୍ରାମ ପେଜରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି । ଅର୍ଥାତ୍ ଦିନିକିଆ ଓ ଟି-ଟୋଂଟି ମ୍ୟାଚରେ ଭାରତୀୟ ଜର୍ସି ପିନ୍ଧି ଆଉ ପଡ଼ିଆକୁ ଓହ୍ଲାଇବେ ନାହିଁ ।

ତେବେ ଆଇପିଏଲରେ ସେ ତାଙ୍କ ଖେଳ ଜାରି ରଖିବେ । ସବୁଠୁ ବଡ଼ କଥା ହେଉଛି, ଯେପରି ପଡ଼ିଆ ଭିତରେ ଥଣ୍ଡା ମିଜାଜରେ ସେ ଖେଳିଥାନ୍ତି, ଅଧିନାୟକ ଦାୟିତ୍ୱ ତୁଲାଇଥାନ୍ତି, ଠିକ୍ ସେହିପରି ଭାବେ ସୋସିଆଲ ମିଡିଆରେ ଅବସର ନେଇଛନ୍ତି ଧୋନୀ । ୧୬ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରକୁ ସେ ବ୍ରେକ ମାରିଛନ୍ତି । ତେବେ ୨୦୧୯ ୱାର୍ଲ୍ଡକପ୍ ସେମିଫାଇନାଲରେ ଭାରତ ପରାଜିତ ହେବା ପରେ ଆଉ ଥରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିନାହାନ୍ତି ଧୋନୀ । ଏହାପରେ ଧୋନୀଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଆଉ ଇନଷ୍ଟାଗ୍ରାମ ପେଜରେ ଅବସର ଘୋଷଣା କରି ସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି କ୍ୟାପଟେନ୍ କୁଲ ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ମହେନ୍ଦ୍ର ସିଂ ଧୋନି । ତେବେ ସେ ଆଇପିଏଲରେ ନିଜର ଖେଳ ଜାରି ରଖିବେ । ଏବେ ସମସ୍ତଙ୍କ ମନରେ ଗୋଟିଏ ଅବସର ପରେ କଣ କରିବେ ଧୋନି । ଧୋନି କହିସାରିଛନ୍ତି, ବହୁ ପୂର୍ବର ସେ ତାଙ୍କର ଭବିଷ୍ୟ କାର୍ଯ୍ୟପନ୍ଥା ସ୍ଥିର କରିସାରିଛନ୍ତି । ଧୋନି ରାଂଚିର ଜବାହର ବିଦ୍ୟା ମନ୍ଦିରରେ ୧୦ ଶ୍ରେଣୀ ପାସ କରିବା ପରେ ବାଣିଜ୍ୟରେ ଇଂଟର ପାସ କରିଥିଲେ । କିନ୍ତ କ୍ରିକେଟରେ କ୍ୟାରିୟର ଯୋଗୁଁ ତାଙ୍କ ପାଠପଢା ଆଗକୁ ବଢିପାରିନଥିଲା ।

ଥରେ ସେ ଏକ ସାକ୍ଷାତକାରରେ କହିଥିଲେ , ଦଶମରେ ୬୬ ପ୍ରତିଶତ ଓ ଯୁକ୍ତ ଦୁଇରେ ୫୬ ପ୍ରତିଶତ ନମ୍ବର ରଖିଥିଲେ । ୨୦୧୧ରେ ଧୋନି ଇଣ୍ଡିଆନ ଟେରିଟୋରିଆଲ ଆର୍ମିରେ ଲେଫଟନାଂଟ କର୍ଣ୍ଣେଲ ଭାବେ ଯୋଗଦେଇଥିଲେ । ଏହାପରେ ଧୋନି କହିଥିଲେ , ଭବିଷ୍ୟତରେ ଏହି ଦାୟିତ୍ୱ ଭଲଭାବେ ତୁଲାଇବେ । ଏହା ମାଧ୍ୟମରେ ଭବିଷ୍ୟତରେ ସେନାରେ କାମ କରିବାର ସ୍ୱପ୍ନ ପୂରଣ ହେବ । ଧୋନିଙ୍କ ସ୍ୱପ୍ନ ଥିଲା ସେନାରେ କାମ କରି ଦେଶସେବା କରିବା । ଏବେ ଭବିଷ୍ୟତରେ ଟେରିଟୋରିଆଲ ଆର୍ମିରେ ରହି ନିଜ ସ୍ୱପ୍ନ ପୂରଣ କରିବ ।