ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ କ’ଣ କରିବେ କ୍ୟାପଟେନ ଅମରିନ୍ଦର ସିଂହ? ବିଜେପିରେ ସାମିଲ ହେବେ କି…

165

କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଏବେ କ’ଣ କରିବେ କ୍ୟାପ୍ଟେନ୍? ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ଅମରିନ୍ଦରଙ୍କ ପାଖରେ କ’ଣ ରହିଛି ବିକଳ୍ପ?

୭୯ ବର୍ଷୀୟ କ୍ୟାପଟେନ୍ ଅମରିନ୍ଦରଙ୍କ ରାଜ୍ୟନୈତିକ ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଅମରିନ୍ଦର ସିଂହ କହିଛନ୍ତି ସମର୍ଥକଙ୍କ ସହ ଆଲୋଚନା କରି ଠିକ୍ ସମୟରେ ନିଷ୍ପତ୍ତି ନେବେ । କଂଗ୍ରେସ ଛାଡିନଥିଲେ ବି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଖୁବଶୀଘ୍ର ଦଳ ଛାଡିବେ ବୋଲି କୁହାଯାଉଛି । ତେବେ କଂଗ୍ରେସ ଛାଡିଲେ କ୍ୟାପଟେନ୍ କ’ଣ କରିବେ? ଏବେ ଅମରିନ୍ଦରଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । କଂଗ୍ରେସ ଛାଡିବା ପରେ ସେ ବିଜେପିରେ ମିଶି ପାରନ୍ତି କିମ୍ବା ନିଜେ ଏକ ନୂଆ ଦଳ ଗଢିପାରନ୍ତି । ବିଜେପିରେ ସାମିଲ ହେବା ତାଙ୍କୁ ଅଧିକ ଫାଇଦା ଦେଇପାରେ ।

  • ଜଣେ ଭଲ ନେତା ଭାବେ ଅମରିନ୍ଦରଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ରହିଛି
  • ସେନାରେ ଦୀର୍ଘ ଦିନ ଧରି କାମ କରିଛନ୍ତି
  • ଅମରିନ୍ଦରଙ୍କ ପାଖରେ ଦେଶ ଭକ୍ତର ଚେହେରା ରହିଛି
  • ପାକିସ୍ତାନ ସଂପର୍କରେ ଅନେକ ସମୟରେ ନବଜ୍ୟୋତ ସିଦ୍ଧୁଙ୍କୁ ଟାର୍ଗେଟ୍ କରିଛନ୍ତି
  • ଅମରିନ୍ଦର ଜଣେ ଦେଶ ଭକ୍ତ ଚେହେରା ହୋଇଥିବାରୁ ଅମରିନ୍ଦରଙ୍କୁ ଆପଣାଇପାରେ ବିଜେପି

ନୂଆ ଦଳ ଗଢିଲେ ଅମରିନ୍ଦରଙ୍କୁ ଏତେ ଫାଇଦା ମିଳିନପାରେ କାରଣ

  • ପଞ୍ଜାବରେ ସରକାର ବିରୋଧୀ ସ୍ୱର ତୀବ୍ର ହୋଇଛି
  • ଲୋକଙ୍କ ପାଖକୁ ନଯିବାରୁ ଅପବାଦ ତାଙ୍କ ନାଁରେ ରହିଛି
  • ଅଫିସରଙ୍କ ଜରିଆରେ କ୍ୟାପଟେନ୍ ସରକାର ଚଳାନ୍ତି ବୋଲି କୁହାଯାଉଛି

କ୍ୟାପଟେନ୍ ଅମରିନ୍ଦର ସିଂହ ବିଜେପିରେ ସାମିଲ ହୁଅନ୍ତୁ ବା ନୂଆ ଦଳ ଗଢନ୍ତୁ, ତାହା କଂଗ୍ରେସ ପାଇଁ କ୍ଷତି ହେବ । କାରଣ କଂଗ୍ରେସର ଭୋଟ୍ କାଟି ପାରନ୍ତି ଅମରିନ୍ଦର ସିଂହ ।