କୋଭିଡ କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଟେଂଟ ହାଉସ ଓ କ୍ୟାଟରିଂ ବ୍ୟବସାୟୀ : ଅଗଷ୍ଟ ଗାଇଡଲାଇନରେ କଟକଣା କୋହଳ ପାଇଁ ଦାବି

115

କନକ ବ୍ୟୁରୋ : ସରିଆସୁଛି ଆଂଶିକ ଲକଡାଉନ ଅବଧି । ଅଗଷ୍ଟ ମାସରେ କଣ ରହିବ ନୂଆ ଗାଇଡଲାଇନ ? ସରକାରଙ୍କ ନୂଆ ଗାଇଡଲାଇନ ଉପରେ ରହିଛି ରାଜ୍ୟବାସୀଙ୍କ ନଜର । କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରେ କ’ଣ ହେବ ? କାଟାଗୋରୀ ବିରେ ଥିବା ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୫% ତଳେ ରହୁଥିବାରୁ ଅନଲକ୍ କରିବାକୁ ଜୋର ଧରୁଛି ଦାବି । ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳକୁ ଖସି ଆସିଥିବାରୁ ଲକଡାଉନ କଟକଣା ହଟାଇ, ମଲ, ସିନେମା ହଲ ଖୋଲିବାକୁ ଅନୁମତି ଦେବାକୁ ଜୋର ହେଉଛି ଦାବି ।

ଭୁବନେଶ୍ୱରର ଟିପିଆର ରେଟ୍ ୩ ଦଶମିକ ୬ ପ୍ରତିଶତ ରହିଥିବାବେଳେ କଟକର ଟିପିଆର ରେଟ୍ ୩ ଦଶମିକ ୯ ପ୍ରତିଶତ ରହିଛି । ଲକଡାଉନ କଟକଣା ଯୋଗୁଁ ସାରା ରାଜ୍ୟରେ ବନ୍ଦ ରହିଛି, ମଲ, ସିନେମା ହଲ । ସେହିପରି ହୋଟେଲରେ ବସି ଖାଇବାକୁ ଅନୁମତି ଦିଆଯାଇ ନାହିଁ । କେବଳ ପାର୍ସଲ ପାଇଁ ହୋଟେଲ ଓ ରେଷ୍ଟୁରାଂଟକୁ ଅନୁମତି ଦିଆଯାଇଛି । ମାସ ମାସ ଧରି ବନ୍ଦ ରହିବା ଯୋଗୁଁ ଉଭୟ ମାଲିକ ଓ କର୍ମଚାରୀଙ୍କ ଜୀବୀକା ପ୍ରଭାବିତ ହୋଇଛି ।

ସେହିପରି ମନ୍ଦିର ସହ ବହୁ ଲୋକଙ୍କ ଜୀବନ ଜୀବିକା ନିର୍ଭର କରୁଥିବାରୁ ଖୋଲିବାକୁ ଦାବି କରିଛନ୍ତି ସେବାୟତ । ହୁର ଗାଇଡଲାଇନ ଅନୁସାରେ ଯେଉଁ ଜିଲ୍ଲାରେ ଟିପିଆର ରେଟ୍ ୫ପ୍ରତିଶତ ତଳେ ରହିବ, ସେଠାରେ ଗାଇଡଲାଇନକୁ କୋହଳ କରାଯାଇପାରିବ । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଏବେ ବି ୪ ହଜାର ଉପରେ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଡାକ୍ତର ନିରୋଜ ମିଶ୍ରଙ୍କ ପରାମର୍ଶ, ଜୀବନ ଜୀବିକା ଦୃଷ୍ଟିରୁ ହଟାଇ ଦିଆଯାଉ, ସପ୍ତାହନ୍ତ ସଟଡାଉନ । ମଲ ଖୋଲିଲେ ବି ନଖୋଲୁ ଫୁଡକୋର୍ଟ । ଡିଏମଇଟି ନିର୍ଦ୍ଦେଶ ସିବିକେ ମହାନ୍ତିଙ୍କ ମତ କଟକ,ଭୁବନେଶ୍ୱରରେ କରୋନା ସ୍ଥିତି ସ୍ଥିର ରହିଛି ।