ଜୁଲାଇ ପହିଲାରୁ କ’ଣ ହେବ ଗାଇଡଲାଇନର ରୂପରେଖ? କୋହଳ ହେବ ନା ଜାରି ରହିବ କଟକଣା? ନୂଆ ଗାଇଡଲାଇନ୍ ଉପରେ ନଜର...

Advertisment
ଜୁଲାଇ ପହିଲାରୁ କ’ଣ ହେବ ଗାଇଡଲାଇନର ରୂପରେଖ? କୋହଳ ହେବ ନା ଜାରି ରହିବ କଟକଣା? ନୂଆ ଗାଇଡଲାଇନ୍ ଉପରେ ନଜର...

କନକ ବ୍ୟୁରୋ: କଣ ହେବ ଜୁଲାଇ ଗାଇଡଲାଇନ? କଟକଣା କୋହଳ ହେବ ନା ପୂର୍ବଭଳି ରହିବ? ସଂକ୍ରମଣ କମାଇବାକୁ ସରକାର ନେବେ କି କଡା ନିଷ୍ପତ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀ ମନରେ ଉଙ୍କି ମାରିଛି । କାହିଁକି ନା କରୋନା ପାଇଁ ପାଖାପାଖି ଦୁଇମାସ ରାଜ୍ୟ ଲକଡାଉନରେ  ରହିବା ପରେ ଏବେ ଚାଲିଛି ଆଂଶିକ ଲକଡାଉନ ଆଉ ସମସ୍ତଙ୍କ ନଜର ଜୁଲାଇ ପହିଲାରୁ କଣ ହେବ?

ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନଥିଲେ ବି ସୂଚନା ଅନୁସାରେ, ପୁରୁଣା ଫର୍ମୁଲା ପୁଣି ଦୋହରାଇପାରନ୍ତି ସରକାର । ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜରେ କଟକଣା କୋହଳ ହୋଇନପାରେ ଏବଂ ସଂକ୍ରମଣ ଅଧିକ ଥିବା ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ କଟକଣା କୋହଳ ହେବା ସମ୍ଭାବନା କମ୍ । ସେହିପରି ବ୍ୟବସାୟିକ ସ୍ଥିତିକୁ ଆଖି ଆଗରେ ରଖି ଦୋକାନ ଖୋଲିବାର ସମୟ ମଧ୍ୟ  ବଢାଯାଇପାରେ ।

ସଂକ୍ରମଣ ଅଧିକ ଥିବା ଜିଲ୍ଲାଗୁଡିକରେ କଟକଣା ଅଧିକ କୋହଳ ହେବା ସମ୍ଭାବନା କମ ଥିବାବେଳେ ପଶ୍ଚିମ ଓ ଦକ୍ଷିଣ ଓଡିଶା ଜିଲ୍ଲାଗଡିକ ପାଇଁ ଅନଲକର ନୂଆ ଫର୍ଦ୍ଦ ସରକାର ଆଣିପାରନ୍ତି । ହେଲେ ମାଲକାନଗିରିରେ ପଜିଟିଭିଟି ହାର ଅଧିକା ରହିବା ଚିନ୍ତା ବଢାଇଛି । ସୂଚନା ଅନୁସାରେ -

  • ବାକି ୨୧ ଜିଲ୍ଲାରେ କଟକଣା ଅଧିକ କୋହଳ ହୋଇପାରେ
  • ଜାରି ରହିପାରେ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ
  • ଜିମ, ମଲ୍, ସିନେମାହଲ ଓ ମନ୍ଦିର ଏବେ ଖୋଲିନପାରେ
  • ଅନ୍ତଃରାଜ୍ୟ ବସ ସେବା ବନ୍ଦ ରହିପାରେ

ମଙ୍ଗଳବାର ଦିନ ରାଜ୍ୟର କରୋନା ଗ୍ରାଫ ୩ ହଜାର ତଳେ ରହିଛି ଏବଂ  ସଂକ୍ରମଣ ସଂଖ୍ୟା ୨୬୪୦ ରହିଛି । ଟିପିଆର ୫% ତଳେ ଅର୍ଥାତ ୪.୧୪ ପ୍ରତିଶତ ଅଛି । ଚିନ୍ତାର ବିଷୟ ହେଲା, ସଂକ୍ରମଣ ହାର ଦୃଷ୍ଟିରୁ ଏବେ ବି ୫ଟି ଜିଲ୍ଲା ରେଡ୍ ଜୋନରେ ରହିଛି । ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜ ଚିନ୍ତା ବଢାଉଛନ୍ତି । ଏହାବାଦ ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ସଂକ୍ରମଣ ହାର ଅଧିକ ରହୁଛି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଲକଡାଉନବେଳେ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି ।  କେଉଁଠି ଖାଇବାକୁ ନ ପାଇବାର ଚିନ୍ତା ତ ଆଉ କେଉଁଠି ଋଣ ନେଇ ଚାଲିଥିବା ବ୍ୟବସାୟକୁ କିଭଳି ଆଗକୁ ବଢାଇବେ ସେ ନେଇ ବାଟ ମିଳୁନି । ଦୋକାନ ବଜାର ବନ୍ଦ ରହିବା ଫଳରେ ଆର୍ଥିକ ମେରୁଦଣ୍ଡ ଦୋହଲି ସାରିଲାଣି । ତେଣୁ ସରକାର ଜାରି କରୁଥିବା ନିୟମ ହୁଏତ ସଂକ୍ରମଣକୁ ନିୟନ୍ତ୍ରଣ କରିପାରେ । କିନ୍ତୁ ଏହା ଲୋକଙ୍କୁ ଜୀବନ ଓ ଜୀବିକାକୁ ପ୍ରଭାବିତ କରିସାରିଲାଣି । ତେଣୁ ଦୁଃଖ ଓ ଦୁର୍ଦ୍ଦଶାର ଚିତ୍ର ଲୋକ ବୁଝିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe