ଅଗଷ୍ଟ ମାସ ପାଇଁ କ’ଣ ରହିବ ଗାଇଡଲାଇନ୍ ? ଆହୁରି କଟକଣା କୋହଳ କରିବେ କି ସରକାର ? ଖୋଲିପାରେ ମଲ୍, ବନ୍ଦ ରହିପାରେ ସିନେମା ହଲ

960

କନକ ବ୍ୟୁରୋ : ଅଗଷ୍ଟ ମାସ ପାଇଁ କ’ଣ ରହିବ ଗାଇଡଲାଇନ୍ ? ଆହୁରି କଟକଣା କୋହଳ କରିବେ କି ସରକାର ? ମିଳୁଥିବା ସୂଚନା ଅନୁସାରେ ଅଗଷ୍ଟ ୧ରୁ ଓଡ଼ିଶା ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି । ‘ବି’ କ୍ୟାଟାଗୋରୀରେ ଥିବା ୧୦ ଜିଲ୍ଲାରେ କଟକଣା କୋହଳ ହୋଇପାରେ । ‘ବି’ କ୍ୟାଟାଗୋରୀ ଜିଲ୍ଲାରେ ରାତି ୮ଟା କିମ୍ବା ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାଯାଇପାରେ । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିପାରେ । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରଖିବାକୁ ଚିନ୍ତା କରାଯାଉଛି ।

ନୂଆ ଗାଇଡଲାଇନରେ ସରକାର ମଲ୍ ଖୋଲିବା ପାଇଁ ଅନୁମତି ଦେଇପାରନ୍ତି । ହେଲେ ରାଜ୍ୟରେ ଫିଲ୍ମ ହଲ ଖୋଲିନପାରେ । ପିଲିଟିକାଲ ଓ ସୋସିଆଲ ଗେଦେରିଂ ବନ୍ଦ ରହିପାରେ । ଏବେ ବାହାଘରରେ ୫୦ ଜଣ ଯୋଗଦେବା ପାଇଁ ଅନୁମତି ଥିବା ବେଳେ ଏହି ସଂଖ୍ୟା ୧୦୦କୁ ବୃଦ୍ଧି କରାଯାଇପାରେ । ସେହିପରି ଅନ୍ତିମ ସଂସ୍କାରରେ ୨୫ ଜଣଙ୍କ ସ୍ଥାନରେ ୫୦ ଜଣଙ୍କୁ ଅନୁମତି ଦେଇପାରନ୍ତି ସରକାର । ତୃତୀୟ ଲହରର ଭୟ ଯାଇନଥିବାରୁ ସଂପୂର୍ଣ୍ଣ ଖୋଲିବା ଦିଗରେ ଏହା ହିଁ ବଡ଼ ପ୍ରତିବନ୍ଧକ ବୋଲି କୁହାଯାଉଛି ।