କ’ଣ ହେବ ମହାନଦୀର ଭାଗ୍ୟ ? କ୍ଷୋଭ ପ୍ରକାଶ କଲେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ

119

କନକ ବ୍ୟୁରୋ : ମହାନଦୀ ପରି ମହାନଦୀ ଟ୍ରିବ୍ୟୁନାଲର ମଧ୍ୟ ଅପମୃତ୍ୟୁ ହୋଇଛି । ସାମ୍ବାଦିକ ସମ୍ମିଳନୀରେ କରି ଏଭଳି ବର୍ଷିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ । ଏଥିସହ ଆସନ୍ତା ୨୮ ତାରିଖରେ ସର୍ବଦଳୀୟ ଆଲୋଚନା ପ୍ରସ୍ତାବ ଦେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସମ୍ବଲପୁର ସମ୍ବାଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ଟ୍ରିବ୍ୟୁନାଲର ଅବଧି ସରିଯିବା ଘଟଣାକୁ ନେଇ ସୁଦର୍ଶନ ଦାସ କ୍ଷୋଭ ପ୍ରକାଶ କରିଛନ୍ତି ।

ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି । ଏଥିସହ ସେ କହିଛନ୍ତି ମହାନଦୀ ଟ୍ରିବୁନାଲ ୫ ବର୍ଷ ଭିତରେ ୩୫ଟି ଅଧିବେଶନ ବସିଲା ହେଲେ ଶୁଣାଣି ଆରମ୍ଭ ହୋଇପାରିଲା ନାହିଁ । ମହାନଦୀରେ ଏବେ ଯେତିିକି ପାଣି ରହିବା କଥା ତାଠୁ ୫ ଫୁଟ କମ ପାଣି ରହିଛି । ମହାନଦୀର ଏହି ସଙ୍କଟ ସମୟରେ କିଭଳି ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ଆଲୋଚନାର ଆବଶ୍ୟକତା ଅଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୮ତାରିଖରେ ଭୁବନେଶ୍ୱରରେ ସର୍ବଦଳୀୟ ଆଲୋଚନା ମହାନଦୀ ବଞ୍ଚାଅ ଆନ୍ଦୋଳନ ଆୟୋଜନ କରିବ ବୋଲି ବୋଲି କହିଛନ୍ତି ସୁଦର୍ଶନ ଦାସ ।