ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧର କଣ ପଡିବ ପ୍ରଭାବ? ବଢିବ କ ଦରଦାମ?

167

କନକ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସାରା ପୃଥିବୀକୁ ଦୁଇଭାଗରେ ବିଭକ୍ତ କରିଛି । ଇସ୍ରାଏଲ ପାଲେଷ୍ଟାଇନ ଉପରେ ଘନ ଘନ ଆକ୍ରମଣ କରୁଛି । ଆଉ ଯୁଦ୍ଧ ତୀବ୍ରତର ହେଉଛି । ଆଉ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଲେ ଏହାର ପ୍ରଭାବ ଭାରତ ସମେତ ସାରା ପୃଥିବୀ ଉପରେ ପଡିବା ସମ୍ଭାବନା ରହିଛି ?

  • ଭାରତ ଉପରେ କି ପ୍ରଭାବ ପକାଇବ ଯୁଦ୍ଧ?
  • ବଢୁଛି ଦରଦାମ ବୃଦ୍ଧିର ଭୟ

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଅଧିକ ଦିନ ଜାରି ରହିଲେ ଏହା ଭାରତ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ଭାରତୀୟ ଅର୍ଥନୀତି ପ୍ରଭାବିତ ହେବ । ବିଶେଷଜ୍ଞଙ୍କ କହିବା ଅନୁସାରେ…

  • ଭାରତର ସେୟାର ଓ କ୍ୟାପିଟାଲ ମାର୍କେଟ ଉପରେ ପ୍ରଭାବ
  • ତୈଳ ଦର ବଢିବା ସମ୍ଭାବନା, ମୁଦ୍ରାସ୍ପୀତି ଉପରେ ପ୍ରଭାବ
  • ସୁନାଦର ଓ ଅଧିକାଂଶ ଜିନିଷର ଦାମ ବି ବଢିବା ସମ୍ଭାବନା
  • ରପ୍ତାନୀ ପ୍ରଭାବିତ ହେବ ଓ ଆମଦାନୀ ମହଙ୍ଗା ହେବ

ବର୍ତମାନ ଦୀର୍ଘଦିନ ଧରି ଋଷ-ୟୁକ୍ରେନ ଯୁଦ୍ଧ ସରିନାହିଁ । ଆଉ ଏଭଳି ସ୍ଥିତିରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମସ୍ତଙ୍କୁ ଏକ ଅସ୍ଥିରତା ଭିତରକୁ ଠେଲିଦେଇଛି । ବିଶ୍ୱର ୭୦ ପ୍ରତିଶତ ବ୍ୟବସାୟ ଲୋହିତ ସାଗର ଓ ସୁଏଜ କୋନାଲ ଦେଇ ହୋଇଥାଏ । ଇଜିପ୍ଟ ଅଧିନରେ ସୁଏଜ କେନାଲ ଆସୁଛି । ଆଉ ଇଜିପ୍ଟ ପାଲେଷ୍ଟାଇନକୁ ସମର୍ଥନ କରୁଥିବାରୁ ସୁଏଜ କେନାଲରେ ଅନ୍ତର୍ଜାତୀୟ ଟ୍ରେଡ ପ୍ରଭାବିତ ହୋଇପାରେ । ଆଉ ଏଭଳି ପରିସ୍ଥିତି ଉପୁଜିଲେ…

  • ଗ୍ଲୋବାଲ ସପ୍ଲାଇ ମ୍ୟାନେଜମେଣ୍ଟ ପ୍ରଭାବିତ ହୋଇପାରେ
  • ସିପିଙ୍ଗ ରୁଟ୍ସ ବନ୍ଦ ହୋଇଯାଇପାରେ
  • ତୈଳ, ପ୍ରାକୃତିକ ଗ୍ୟାସ ଓ ସାର ଉତ୍ପାଦର ଦାମ ବଢିବ

ବର୍ତମାନ ଗାଜାରୁ ଘେରାବନ୍ଦୀ କରି ରଖିଛି ଇସ୍ରାଏଲ । ଏହା ଦୀର୍ଘଦିନ ଜାରି ରହିଲେ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ହେବ । ଆଉ ଏ କ୍ଷେତ୍ରରେ ଭାରତକୁ ଏହାର ବୈଦେଶିକ ନୀତି ସ୍ପଷ୍ଟ କରିବାକୁ ଚାପ ପଡିପାରେ । ତେବେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଦ୍ୱାରା ସାରା ବିଶ୍ୱରେ ଏକ ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି । ତେଣୁ ବିଶ୍ୱ ସମୁଦାୟ ଏହି ଯୁଦ୍ଧକୁ ଯଥାଶୀଘ୍ର ପରିସମାପ୍ତି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।