କନକ ବ୍ୟୁରୋ : ବେଙ୍ଗାଲୁରୁ ଓ ପାଟନା ପରେ ବିରୋଧୀ ମେଂଟ ‘ଇଣ୍ଡିଆ’ ମୁମ୍ବାଇରେ ପୁଣି ଶକ୍ତିପ୍ରଦର୍ଶନ କରିବାକୁ ଯାଉଛି । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଏହି ବୈଠକରେ ଯୋଗଦେବା ପାଇଁ ନେତାଙ୍କ ମୁମ୍ବାଇ ଆସିବା ଆରମ୍ଭ ହୋଇଯାଇଛି । କୁହାଯାଉଛି ବୈଠକରେ ୬ ରାଜ୍ୟର ମୁଖମନ୍ତ୍ରୀ ଓ ୨୮ ଦଳର ନେତା ସାମିଲ ହେବେ । ପୂର୍ବରୁ ବେଙ୍ଗାଲୁରୁ ଓ ପାଟନାରେ ବି ଏହି ନେତା ସାମିଲ ହୋଇଥିଲେ । ଏବେ ଆସନ୍ତୁ ଜାଣିବା କଣ ହୋଇପାରେ ରଣନୀତି ।
-ସହମତି ହେଲେ ଜାରି ହୋଇପାରେ ଲୋଗୋ
-ସଂଯୋଜକ ଉପରେ ବାଜିପାରେ ମୋହର, ନୀତିଶ କୁମାରଙ୍କ ନାଁ ଆଗରେ ବୋଲି ଚର୍ଚ୍ଚା
-ଆସନ ଭାଗବଣ୍ଟା ନେଇ ହୋଇପାରେ ଆଲୋଚନା
-ସର୍ବନିମ୍ନ କାର୍ଯ୍ୟସୂଚୀ, କମନ ମିନିମମ ପ୍ରୋଗ୍ରାମ ନେଇ ନିଷ୍ପତ୍ତି
ତେବେ ଯାହା ଚର୍ଚ୍ଚା ହେଉଛି, ମୁମ୍ବାଇ ବୈଠକରେ ଲୋଗୋ ଓ ସଂଯୋଜନ ନିଷ୍ପତି ହେଲେ ମଧ୍ୟ ଆସନ ଭାଗବଂଟା ଛିଣ୍ଡିନପାରେ ।

Advertisment

କୁହାଯାଉଛି ‘ଇଣ୍ଡିଆ’ ମେଂଟରେ ଅକାଳୀ ଦଳ. ବହୁଜନ ସମାଜ ପାର୍ଟି ଓ ବିଆରଏସକୁ ଆଣିବାକୁ ଜୋରସୋରରେ ଉଦ୍ୟମ ଚାଲିଛି । ଆଉ ଏହି ଦଳକୁ ମନାଇବା ପାଇଁ ଦାୟିତ୍ୱ ନେଇଛନ୍ତି ନୀତିଶ କୁମାର । ତେବେ ମେଂଟ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ପ୍ରଧାନମନ୍ତ୍ରୀ ଚେହେରା ।

‘ଇଣ୍ଡିଆ’ର ମୁମ୍ବାଇ ବୈଠକ ପୂର୍ବରୁ ଗୋଟିଏ ଦିନରେ ହିଁ ୩-୩ ଜଣଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିଦାରଙ୍କ ନାଁ ସାମ୍ନାକୁ ଆସିଛି । ପ୍ରଥମେ ଆମ୍ ଆଦମୀ ପାର୍ଟି ଅରବିନ୍ଦ କେଜରିୱାଲଙ୍କ ନାଁ ସାମ୍ନାକୁ ଆଣିଥିବାବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଜୋରଦାର ଦାବି ଉଠିଛି

ମୁମ୍ବାଇରେ ଇଣ୍ଡିଆ ମେଂଟକୁ ଟକ୍କର ଦେବାକୁ ଏନଡିଏର ବୈଠକ ବି ହେବାକୁ ଯାଉଛି । ସେପେଟମ୍ବର ପହିଲାରେ ଏହି ବୈଠକ ହେବ । ଇଣ୍ଡିଆ ବୈଠକରେ ଶରଦ ପାୱାର ସାମିଲ ହେବାକୁ ଥିବାବେଳେ ଏନଡିଏ ବୈଠକରେ ଅଜିତ ପାୱାର ସାମିଲ ହେବେ । ଆଉ ଏଥିପାଇଁ ମୁମ୍ବାଇରେ ରାଜନୈତିକ ସରଗରମ ବଢିଯାଇଛି ।