କନକ ବ୍ୟୁରୋ: ଗତ ତିନିବର୍ଷରୁ ଅଧିକ ସମୟ ଧରି ତାଲିବାନର ମୁଖ୍ୟ ଚେହେରା ଭାବେ ଜଣା ଯାଉଥିବା ମୁଲ୍ଲା ଅବଦୁଲ ଘନି ବରାଦର ଏବେ ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବାକୁ ଯାଉଛନ୍ତି । ତେବେ ଭାରତ ପ୍ରତି ତାଙ୍କ ଆଭିମୁଖ୍ୟ କିପରି ରହିବ ତାହାକୁ ନେଇ ଚିନ୍ତାରେ ଭାରତ ସରକାର । ତାଲିବାନ ପାଇଁ ଅନ୍ତର୍ଜାତୀୟ ଦରବାରରେ ପକ୍ଷ ରଖୁଥିବା ବରାଦର ଭାରତ ପ୍ରତି ନରମ ନା କଠୋର ମନୋଭାବ ରଖିବେ, ତା ଉପରେ ଭାରତୀୟ କୂଟନୀତିଜ୍ଞମାନେ ନଜର ରଖିଛନ୍ତି ।
ଆଫଗାନିସ୍ତାନର ନୂଆ ସରକାରରନେତୃତ୍ୱ ନେବାକୁ ଯାଉଥିବା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ କଣ ରହିଛି ଇତିହାସ ନଜର ପକାନ୍ତୁ...
- ମୁଲ୍ଲା ବରାଦରଙ୍କ ଜନ୍ମ ୧୯୬୮ ମସିହା ଆଫଗାନିସ୍ତାନର ଉରୁଜଗାନ ରାଜ୍ୟରେ
- ସେ ତାଲିବାନର ସହ ପ୍ରତିଷ୍ଠାତା । ଏହାସହ ଏବେ ତାଲିବାନର ଦ୍ୱିତୀୟ ନମ୍ବର ନେତା
- ୧୯୯୪ରେ ତାଲିବାନ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବରାଦର
- ୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ତାଲିବାନ ରାଜୁତି ସମୟରେ ବରାଦର ଉପ-ପ୍ରତିରକ୍ଷାମନ୍ତ୍ରୀ ପଦ ତୁଲାଇଥିଲେ
- ୨୦୦୧ରେ ଆଫଗାନିସ୍ତାନରେ ଆମେରିକାର ଆକ୍ରମଣ ପରେ ବରାଦର ପାକିସ୍ତାନକୁ ଫେରାର ହୋଇଯାଇଥିଲା
- ପାକିସ୍ତାନରେ ରହି ଆମେରିକା ବିରୋଧରେ ସେନା ପ୍ରସ୍ତୁତ କରୁଥିଲେ ବରାଦର
- ଏହାପରେ ୨୦୧୦ରେ ପାକିସ୍ତାନ କରାଚିରୁ ତାଙ୍କୁ ଗିରଫ କରିିଥିଲା ପାକିସ୍ତାନୀ ସେନା
- ୮ ବର୍ଷ ଜେଲରେ ରହିବା ପରେ ବରାଦରଙ୍କୁୁ ମୁକ୍ତି ମିଳିଥିଲା
- ତାଲିବାନ ତରଫରୁ ଆମେରିକା ସହ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥଲେ ବରାଦର
ତେବେ ମୁଲ୍ଲା ବରାଦର ତାଲିବାନର ଅପେକ୍ଷାକୃତ ନରମପନ୍ଥୀ ନେତା ଭାବେ ପରିଚିତ । ତାଲିବାନର ସହ ପ୍ରତିଷ୍ଠାତା ଭାବେ ତାଙ୍କ କଥାକୁ ତାଲିବାନୀମାନେ ଶୁଣିଥାନ୍ତି ।