କନକ ବ୍ୟୁରୋ : ସାମ୍ଭବ୍ୟ ତୃତୀୟ ଲହରର ମୁକାବିଲା ନେଇ ଏବେ ସରକାର ପ୍ରସ୍ତୁତି ଚଳାଉଥିବା ବେଳେ କରୋନାର ଆଉ ଏକ ନୂଆ ଭ୍ୟାରିଆଂଟ ସାମ୍ନାକୁ ଆସିଛି । ଯାହା ଅନ୍ୟ ଭ୍ୟାରିଏଂଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏହି ଭ୍ୟାରିଆଂଟ ହେଉଛି ସି.୧.୨ । ଯାହାକୁ ସିଙ୍ଗାପୁରର ବିଶେଷଜ୍ଞମାନେ ଠାବ କରିଛନ୍ତି । ଏହି ଭାଇରସ ଡେଲଡା ଭ୍ୟାରିଆଂଟ ଠାରୁ ମଧ୍ୟ ଢେର ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଚୀନ, ଇଂଲଣ୍ଡ, କଙ୍ଗୋ, ପର୍ତୁଗାଲ, ନ୍ୟୁଜିଲାଣ୍ଡ ଓ ସୁଇଜଲ୍ୟାଣ୍ଡ ସମେତ ୭ ଟି ଦେଶରେ ବ୍ୟାପିଗଲାଣି ।

Advertisment

- ପ୍ରଥମେ ଏହି ସି.୧.୨ ଭାଇରସ ମେ ୨୦୨୧ରେ ଦକ୍ଷୀଣ ଆଫ୍ରିକାରେ ଠାବ କରାଯାଇଥିଲା

- ଏହି ଭ୍ୟାରିଆଂଟ ସବୁଠୁ ଘାତକ କୁହାଯାଇଥିବା ଡେଲଟା ଭ୍ୟାରିଆଂଟ ଠାରୁ ମଧ୍ୟ ଅଧିକ ମାରାତ୍ମକ

- ଏହି ଭାଇରସର ମ୍ୟୁଟାଂଟଗୁଡିକ ଅଧିକ ସଂକ୍ରାମକ ଏବଂ  ଆଂଟିବଡିକୁ ମଧ୍ୟ କ୍ଷତି ପହଂଚାଇବାରେ ସକ୍ଷମ

- ଅଗଷ୍ଟ ୧୩ ସୁଦ୍ଧା ଏହି ଭାଇରସ ଚୀନ, ଇଂଲଣ୍ଡ, କଙ୍ଗୋ, ପର୍ତୁଗାଲ, ନ୍ୟୁଜିଲାଣ୍ଡ ଓ ସୁଇଜଲ୍ୟାଣ୍ଡରେ ବ୍ୟାପିଗଲାଣି

- ଏହି ଭାଇରସକୁ ରୋକିବାରେ ଟିକା ଏତେଟା ସହାୟକ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି

-ପୂର୍ବ ଭାଇରସ ସହ ଲଢିବା ପାଇଁ ଶରୀରରେ ତିଆରି ହୋଇଥିବା ଆଟିଂବଡିକୁ ମଧ୍ୟ ଏହା କ୍ଷତି ପହଂଚାଇବାରେ ସକ୍ଷମ

- ବିଶ୍ୱର କରୋନା ଭାଇରସର ଦେଖାଯାଇଥିବା ସମସ୍ତ ଭ୍ୟାରିଆଂଟ ଠାରୁ ଏହା ଅଧିକ ସଂକ୍ରାମକ 

- ଏହି ଭ୍ୟାରିଆଂଟ ବର୍ଷକରେ ହାରାହାରି ୪୧ ଥର ନିଜ ରୂପ ପରିବର୍ତନ କରି ନୂଆ ମ୍ୟୁଟାଂଟକୁ ଜନ୍ମ ଦିଏ