କେମିତି ଥିଲା ମଝି ସମୁଦ୍ରରେ ସେଇ ୧୬ ଘଂଟାର ସଂଘର୍ଷ ? ବାତ୍ୟା ତାଉତେ ବେଳେ ଜୀବନ-ମୃତ୍ୟୁର ଯୁଦ୍ଧ ସଂପର୍କରେ କନକ ନ୍ୟୁଜରେ ବଖାଣିଲେ ବାର୍ଜପି-୩୦୫ ଜାହାଜର କର୍ମଚାରୀ

311

କନକ ବ୍ୟୁରୋ: ମୃତ୍ୟୂୁଯନ୍ତାରୁ ଉଦ୍ଧାର ପାଇ ଫେରି ଆସିଛନ୍ତି ଯାଜପୁର ଯୁବକ । ଆଉ ଏବେ କନକ ନ୍ୟୁଜରେ ଜୀବନ ଯୁଦ୍ଧର ସେଇ ମୁହୁର୍ତ ବଖାଣୁଛନ୍ତି ବରୀର ଶ୍ରୀକାନ୍ତ । ବାତ୍ୟା ତାଓତେ ପ୍ରଭାବରେ ମଝି ସମୁଦ୍ରରେ ବୁଡିଗଲା ବାର୍ଜପି-୩୦୫ ଜାହାଜ । ଦୀର୍ଘ ୧୬ ଘଂଟା ସମୁଦ୍ରରେ ଭାସିଭାସି ଶେଷରେ ନୌସେନା ଦ୍ୱାରା ଉଦ୍ଧାର ପାଇଁ ନିଜର ପୁନଃଜନ୍ମକୁ ବିଶ୍ୱାସ କରି ପାରୁନାହାନ୍ତି ବରୀ ଇଷାଣପୁର ପଂଚାୟତ ଶଙ୍କରାକୂଳ ଗ୍ରାମର ଶ୍ରୀକାନ୍ତ କର ।

ଦୀର୍ଘ ୧୬ ବର୍ଷ ହେଲା ଶ୍ରୀକାନ୍ତ ଗାଁ ଓ ପରିବାରକୁ ଛାଡି ମୁମ୍ବାଇକୁ କାମ ଉଦେଶ୍ୟରେ ଯାଇଥିଲେ । ସେଠାରେ ଜାହାଜରେ କାର୍ଯ୍ୟ କରି ଆସୁଥିଲେ । ଗୁଜୁରାଣ ପାଇଁ ମଝି ସମୁଦ୍ରରେ ସେ ମାସମାସ ବିତାଇ ଦିଅନ୍ତି । କିନ୍ତୁ ଗତ ୧୬ ତାରିଖରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଓତେ ଶ୍ରୀକାନ୍ତଙ୍କୁ ପୁନଃଜନ୍ମ ଦେଇଛି । ବାତ୍ୟା ତାଓତେ ପ୍ରଭାବରେ ମଝି ସମୁଦ୍ରରେ ବୁଡିଯାଇଥିଲା ବାର୍ଜପି-୩୦୫ ଜାହାଜ । ଦୀର୍ଘ ୧୬ ଘଂଟା ସମୁଦ୍ରରେ ଭାସିଭାସି ଶେଷରେ ନୌସେନା ଦ୍ୱାରା ଉଦ୍ଧାର ପାଇଛନ୍ତି ବରୀ ଇଷାଣପୁର ପଂଚାୟତ ଶଙ୍କରାକୁଳ ଗାଁର ଶ୍ରୀକାନ୍ତ କର ।

ସମୁଦ ମଝିରେ ଜାହାଜ ଥିବାବେଳେ ସମୁଦ୍ର ପାଣି ମାଡରେ ଜାହାଜରେ ଗାତ ହୋଇ ପାଣି ପଶିବ ଆରମ୍ଭ କଲା । ୨୦ ମିଟର ପାଣି ଜୁହାର ଜାହାଜ ଉପରେ ଚଢ଼ି ଯିବାକୁ ଜାହାଜ ବୁଡିବା ଆରମ୍ଭ କଲା । ଜାହାଜରେ ଥିବା ସୁରକ୍ଷା ଯନ୍ତ୍ରପାତି କାମ ନକରିବାରୁ ଶେଷରେ କେବଳ ଲାଇଫ ଜ୍ୟାକେଟ ପିନ୍ଧି ଜୀବନକୁ ବାଜି ଲଗାଇ ମଝି ସମୁଦ୍ରକୁ ଡେଇଁ ପଡିଥିଲେ ଶ୍ରୀକାନ୍ତ । ଟିଭି ଜରିଆରେ ଜାହାଜ ବୁଡିବା ଖବର ଜାଣିବା ପରେ ଭାଙ୍ଗି ପଡିଥିଲେ ପୁରା ପରିବାର ସଦସ୍ୟ ଓ ତାଙ୍କ ପତ୍ନୀ ।

ରଖେ ହରି ତ ମାରେ କିଏ । ଗୋଟିଏ ପଟେ ମୃତ୍ୟୁର ଆଁରୁ ଜୀବନ ବଂଚାଇ ଗାଁକୁ ଫେରି ଆସିଥିବା ଶ୍ରୀକାନ୍ତ ସେ ଦିନର ଦୃଶ୍ୟକୁ ମନେପକାଇ କାନ୍ଧି ପକାଉଛନ୍ତି । ମୃତ୍ୟୁକୁ ନିଜ ଆଖିରେ ଦେଖିବା ପରେ ଓ ସେଠାରୁ ଉଦ୍ଧାର ପାଇଁ ଘରକୁ ଫେରି ଏବେ ବହୁତ ଖୁସି ଅଛନ୍ତି ଶ୍ରୀକାନ୍ତ ।

ମୃତ୍ୟୁଜନ୍ତାରୁ ଉଦ୍ଧାର ପାଇ ଫେରି ଆସିଛନ୍ତି ଯାଜପୁର ଯୁବକ । ଆଉ ଏବେ କନକ ନ୍ୟୁଜରେ ଜୀବନ ଯୁଦ୍ଧର ସେଇ ମୁହୁର୍ତ ବଖାଣୁଛନ୍ତି ବରୀର ଶ୍ରୀକାନ୍ତ । ବାତ୍ୟା ତାଓତେ ପ୍ରଭାବରେ ମଝି ସମୁଦ୍ରରେ ବୁଡିଗଲା ବାର୍ଜପି-୩୦୫ ଜାହାଜ । ଦୀର୍ଘ ୧୬ ଘଂଟା ସମୁଦ୍ରରେ ଭାସିଭାସି ଶେଷରେ ନୌସେନା ଦ୍ୱାରା ଉଦ୍ଧାର ପାଇଁ ନିଜର ପୁନଃଜନ୍ମକୁ ବିଶ୍ୱାସ କରି ପାରୁନାହାନ୍ତି ବରୀ ଇଷାଣପୁର ପଂଚାୟତ ଶଙ୍କରାକୂଳ ଗ୍ରାମର ଶ୍ରୀକାନ୍ତ କର । ଦୀର୍ଘ ୧୬ ବର୍ଷ ହେଲା ଶ୍ରୀକାନ୍ତ ଗାଁ ଓ ପରିବାରକୁ ଛାଡି ମୁମ୍ବାଇକୁ କାମ ଉଦେଶ୍ୟରେ ଯାଇଥିଲେ । ସେଠାରେ ଜାହାଜରେ କାର୍ଯ୍ୟ କରି ଆସୁଥିଲେ । ବର୍ଷକୁ ୬/୭ ମାସ ମଝି ସମୁଦ୍ରରେ କାର୍ଯ୍ୟ କରୁଥିବା ବେଳେ ମନରେ ଅନେକ ଭୟ ଥାଏ । ତଥାପି ଗୁଜୁରାଣ ପାଇଁ ମଝି ସମୁଦ୍ରରେ ମାସମାସ ବିତାଇ ଦିଅନ୍ତି । କିନ୍ତୁ ଗତ ୧୬ ତାରିଖରେ ଆରବ ସାଗରରେ ସୃଷ୍ଟ ବାତ୍ୟା ତାଓତେ ଶ୍ରୀକାନ୍ତଙ୍କୁ ପୁନଃଜନ୍ମ ଦେଇଛି ।